ବଲାଙ୍ଗିର ସହରର ରାଜୀବନଗରରେ ବେଆଇନ ରନ୍ଧା ମଦ କାରବାରରେ ଜଣଙ୍କୁ ଗିରଫ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାଜୀବନଗରର ଏକ ଘରେ ଚଢାଉ କରି ଟାଉନ ପୁଲିସ ମଦ ଜବତ କରିଛି । ଏହି ଘଟଣା ରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ଗୌର ସାହୁ । ସୂଚନା ଅନୁସାରେ ଗୌର ବେଆଇନ ଭାବରେ ମଦ ବିକ୍ରି କରୁଥିବା ନେଇ ଟାଉନ ପୁଲିସ ଖବର ପାଇଥିଲା । ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୧୨୦ ଲିଟର ମଦ ଜବତ କରାଯାଇଥିବା ସୂଚନା ରହିଛି । ଗିରଫ ଗୌର ସାହୁକୁ ଟାଉନ ପୁଲିସ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.