ଠିକା ବିଲ୍‌କୁ ନେଇ ଟଣା ଓଟରା : ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଠିକା ବିଲ୍‌କୁ ନେଇ ଟଣା ଓଟରା ପରିସ୍ଥିତି ସୃଷ୍ଟି ହେବା ପରେ ଶେଷରେ ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାଏକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି । ମିଳିଥିôବା ସୂଚନା ଅନୁସାରେ ପଦ୍ମପୁର ଥାନାରେ ବ୍ଲକ୍‌ ସହକାରୀ ଯନ୍ତ୍ର ଟେକେଚାନ୍ଦ କାଲୋ ଅଧ୍ୟକ୍ଷ କୁମରମଣି ନାଏକ, ଦୟା ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ତାଙ୍କୁ ମାଡ଼ପିଟ୍‌ କରିଥିôବା ନେଇ ଅଭିଯୋଗ କରିଥିଲେ । ତେବେ ଊଗୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଗୁରୁବାର ଦିନ ବ୍ଲକ କର୍ମଚାରୀମାନେ ଅଧ୍ୟକ୍ଷଙ୍କ ଗିରଫ୍‌ ଦାବୀରେ କଲମ ଛାଡ଼ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ । ତେବେ ପଦ୍ମପୁର ପୋଲିସ ଶ୍ରୀ ନାଏକଙ୍କୁ ଗତକାଲି ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଧ୍ୟକ୍ଷଙ୍କ ଗିରଫ୍‌ ପରେ ରାଜନୈତିକ ଉତ୍ତେଜନା ପରିଲକ୍ଷିତ ହୋଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ କେବଳ ଅଧ୍ୟକ୍ଷ ଶ୍ରୀ ନାଏକଙ୍କୁ କାହିଁକି ଗିରଫ୍‌ କରାଗଲା ବୋଲି ପ୍ରଶ୍ନ ଉଠାଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଆଗାମୀ ଦିନରେ ଜୋର୍‌ସୋର୍‌ ଆନ୍ଦୋଳନ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.