
ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ପାଳିତ ହୋଇଯାଇଛି । ସରପଞ୍ଚ କେତକୀ ଦଣ୍ଡିଆଙ୍କ ନେତୃତ୍ୱରେ ପାଟଖଣ୍ଡା ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରି ଗ୍ରାମ୍ୟ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ବ୍ଲକ ଅଧକ୍ଷା ମନ୍ଦାକିନୀ ସିଂହଦେଓ, ସହକାରୀ ଯନ୍ତ୍ରୀ ବଲବିନ୍ଦର ସିଂ ଯାଦବ, ଜିପିଓ କୁଳମଣି ସିଂହ ରାୟ, ସମିତି ସଭ୍ୟା ପଦ୍ମିନୀ ଭୋଇ, ସମାଜସେବୀ ସତ୍ୟନାରାୟଣ ସାହୁ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କବି ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡିର କଳା, ସଂସ୍କୃତି ଉପରେ ବକ୍ତବ୍ୟ ରଖିବା ସହ, କୃତି କଳାକାର ମାନଙ୍କୁ ମାନପତ୍ର, ପୁରସ୍କାର ବିତରଣ କରିଥିଲେ । ଏଥିରେ କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ଉଦ୍ଘୋଷକ ରାଜୀବ ଲୋଚନ ମାଝୀ ଓ ଶିକ୍ଷକ ମିନିକେତନ ସୁନା ମଞ୍ଚ ପରିଚାଳନା କରିଥିବା ବେଳେ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର, ବଜାସାଲ ବହୁତ ଆକର୍ଷଣୀୟ ଥିଲା । ଶିକ୍ଷା, ସଙ୍ଗୀତ, କୃଷିକ୍ଷେତ୍ରରେ ୪ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ଶନିଶ୍ଚର ସୁରଜ, ଏଡିଓ ଶେଷସଦେବ ବାଗ, ଯୋଗାଣ ସହାୟକ ହୃଷିକେଶ ବଗର୍ତ୍ତୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ସଭ୍ୟ/ସଭ୍ୟା ସହାଯ୍ୟ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା ।