
କଟକ : କଟକ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ଥାନା ପୋଲିସ ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଇବା ବେଳେ ସାଦା ପୋଷାକରେ ମାଡ଼ି ବସିଥିଲେ । ଗିରଫ ଚାରି ଜଣ ଦଲାଲ ହେଲେ ଦେବାଶିଷ ମହାନ୍ତି, କ୍ରୀଷ୍ଣା ବାହାଦୂର, ସୁଶାନ୍ତ ବାରିକ୍ ଓ ରାମ ନାଏକ । ଏମାନେ ବିଭିନ୍ନ ଘରୋଇ ହସ୍ପିଟାଲ କର୍ମଚାରୀ ପରିଚୟ ଦେଇ ରୋଗୀ ମାନଙ୍କୁ ନେଉଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତ ଅଛି ତାହାର ତଦନ୍ତ କରାଯିବା । କେଉଁ ହସ୍ପିଟାଲକୁ ନେବାକୁ ଚେଷ୍ଟା କରୁଥିଲେ ସେହି ହସ୍ପିଟାଲ ଗୁଡ଼ିକୁ ମଧ୍ୟ ତଦନ୍ତ ପରିସର କରାଯିବ । ଏହାସହ ଯଦି କେହି ଦଲାଲ ଏହିଭଳି କାର୍ଯକଳାପ କରୁଥିବାର ନଜର ଆସନ୍ତି ତେବେ ପୋଲିସ ସହ ଯୋଗାଯୋଗ କରିବା ପାଇଁ କହିଛନ୍ତି ଜୋନ ୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ।