ls

ବନ ବିଭାଗର ମନରେଗା ପ୍ରକଳ୍ପରେ ଘୋଟଲା : ଭିନ୍ନକ୍ଷମ ବୃଦ୍ଧ ଓ ଅଙ୍ଗନୱାଡି ରୋଷେୟାଙ୍କୁ ଶ୍ରମିକ ଦର୍ଶାଇ ଅର୍ଥ ଚଳୁ

sb

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ମହାମାରୀ ସମୟରେ ଶ୍ରମଜୀବୀ ପରିବାରଙ୍କୁ କର୍ମ ସଂସ୍ଥାନ ଯୋଗେଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ଅସାଧୁ କର୍ମଚାରୀମାନେ ଶ୍ରମଜୀବୀ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ଏହି ଅର୍ଥକୁ କିପରି ହରିଲୁଟ କରିଛନ୍ତି, ଏହାର ନଜିର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକରେ । ସଙ୍କଟ କାଳରେ ବନ ବିଭାଗ ଦ୍ୱାରା କାର୍ୟ୍ୟକାରୀ ହୋଇଥିବା ମନରେଗା ପ୍ରକଳ୍ପରେ ଭିନ୍ନକ୍ଷମ ଓ ରୋଗ ଶଯ୍ୟାରେ ପଡିଥିବା ଅସହାୟ ବୃଦ୍ଧ ଏବଂ ଅଙ୍ଗନୱାଡିର ରୋଷେୟାଙ୍କୁ ଶ୍ରମିକ ଦର୍ଶାଇ ଶ୍ରମଜୀବୀଙ୍କ ଅର୍ଥକୁ କିପରି ଚଳୁ କରାଯାଉଛି ତାର ଅବିଶ୍ୱାସନୀୟ ତଥ୍ୟ ପଦାକୁ ଆସିଛି । ପ୍ରାପ୍ତ ସୂଚନାମତେ ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ହରଭଙ୍ଗା ସେକ୍ସନ ବୁଲୁରାବିଟ ଅରାଗଡ ଜଙ୍ଗଲ ସୀମା ପାର୍ଶ୍ଵରେ ୨୦୨୦-୨୧ ଆର୍ଥିକ ବର୍ଷ ମନରେଗା ଯୋଜନାରେ ଏକ ଟ୍ରେଞ୍ଚ ଖନନ ପାଇଁ ୫ଲକ୍ଷ ୯୯ହଜାର ୫୮ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇ ୨ହଜାର ୮ଶହ ୯୪ ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା । ହେଲେ ଗାଁ ପରିମଳ ଧୋବା ତୁଠରୁ ଜଣା ପଡିଲା ଭଳି କାର୍ୟ୍ୟକାରୀ ହୋଇଥିବା ଏହି ମନରେଗା ପ୍ରକଳ୍ପରେ ଗତ ୩ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇ ୨ ଗୋଡ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇ ଯାଇଥିବା ଭୁବନା ଦୀପ(୭୩) ନାମକ ଜଣେ ବୃଦ୍ଧଙ୍କ ନାଁରେ ୨ହଜାର ୭୦ଟଙ୍କା ସହିତ ସେହି ଗ୍ରାମର ବିଛଣାଗ୍ରସ୍ତ ହୋଇ ପଡି ରହିଥିବା କପିଳ ପ୍ରଧାନ ନାମକ ୭୫ ବର୍ଷୀୟ ବୃଦ୍ଧଙ୍କ ନାଁରେ ୭ହଜାର ୨ଶହ ୪୫ଟଙ୍କା ଓ ବୁଲୁରା ଅଙ୍ଗନୱାଡି କେନ୍ଦ୍ରର ରୋଷେଇଆ ନିଳେନ୍ଦ୍ରୀ ଭୋକ୍ତାଙ୍କୁ ଶ୍ରମିକ ଦର୍ଶାଇ ତାଙ୍କ ନାମରେ ୧୦ ହଜାର ୫ ଶହ ୫୭ ଟଙ୍କାର ଅର୍ଥ ଉଠାଣ ହୋଇଥିବା ଭଳି ଅଭାବନୀୟ ତଥ୍ୟ ମନରେଗା ୱେବସାଇଡରେ ଉଲ୍ଲେଖ କରାଯାଇଥିବା ଦେଖିବାକୁ ମିଳିଛି । ତେବେ କେବଳ ଏତିକି ନୁହଁ, ଏହିଭଳି ଆହୁରି ଅନେକ ବାର୍ଦ୍ଧକ୍ୟ ଭତ୍ତା ପାଇଥିବା ଛାୟା ଶ୍ରମିକଙ୍କ ନାଁରେ ଅର୍ଥ ଉଠାଣ ହେବା ସହ ରାତି ଅଧିଆ ମେସିନ ଲଗାଇ କାମ କରାଯିବା ଭଳି ବହୁ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ କରିଛନ୍ତି । ଏ ସମ୍ପର୍କରେ ବୌଦ୍ଧ ଏସିଏଫ ଜିତେନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରି ମତାମତ ନେବାରୁ ତଦନ୍ତ କରିବା ପରେ ପ୍ରତିକ୍ରିୟା ରଖିବି ବୋଲି କହିଥିଲେ ।

pc pk
Leave A Reply

Your email address will not be published.