ଜୟପାଟଣା, (ଶେଷଦେବ ବେହେରା) : ରାଜ୍ୟ ଭାରତୀୟ ଜନତା ପାର୍ଟି ସାଙ୍ଗରେ ଅନେକ ଦିନରୁ ନିଷ୍ଠାପର କାର୍ଯ୍ୟକର୍ତ୍ତା ଭାବରେ ପରିଚୟ ରଖି ଆସିଥିବା ବିଜୟ ଦିଷାରିଙ୍କୁ କଳାହାଣ୍ଡି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରେ ଘୋଷିତ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଡିସାରି ଜୟପାଟଣା ବ୍ଲକର କୋଟ ପାଡ଼ି ଗ୍ରାମରେ ଜନ୍ମ ଗ୍ରହଣ କରି ଛାତ୍ର ଜୀବନର ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ସାଙ୍ଗରେ ଜଡିତ ରହି ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥଲେ । ଡିସାରୀ ଦୁଇଥର ଭାରତୀୟ ଜନତା ପାର୍ଟିରୁ ଦୁଇଥର ବିଧାୟକ ପ୍ରାର୍ଥୀ ଭାବରେ ଲଢିଥିଲେ । ପରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ଭାବରେ ଅବସ୍ଥାପିତ ହୋଇ ନିଜର ପରିଚୟକୁ ସମଗ୍ର ଜିଲ୍ଲାରେ ଜାହିର କରିଥଲେ । ଆଜି ଜୟପାଟଣା ବ୍ଲକ ବିଜେପି ଅନୁକୂଲ୍ୟରେ ତାଙ୍କୁ ଭବ୍ୟସ୍ଵାଗତ ଦିଆଯାଇଥିବା ସୂଚନା ମିଳିଛି । ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ଶୁଭକାମନା ଜଣାଇଥିଲେ ।
Prev Post