ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ୍‌ ୨୧ ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପୂର୍ବରୁ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା । ଯାହା ପରେ ଶୁକ୍ରବାରଠୁ ଖୋଲିଥାନ୍ତା । ହେଲେ ବଢୁଥିବା ଖରାକୁ ନେଇ ସରକାର ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି । ତେବେ ସ୍କୁଲ କେବେ ଖୋଲିବ ସେନେଇ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ । ତେବେ ୧୭ ତାରିଖରୁ ସ୍କୁଲ ଖୋଲିବା ପରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ।

Leave A Reply

Your email address will not be published.