jayashree

ସେପ୍ଟେମ୍ୱର ୧୧ରେ ଆହୁତ କୋଶଲ ମହାବନ୍ଦକୁ ସ୍ଥଗିତ ଘୋଷଣା କଲା କୋଶଲ ସେନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ରେ କୋଶଲ ସଂଗ୍ରାମୀ ତଥା କୋଶଲ ସପକ୍ଷବାଦୀଙ୍କ ଉପରେ ହୋଇଥିବା ଦମନଲୀଳା ପ୍ରତିବାଦରେ ଆଗାମୀ ସେପ୍ଟେମ୍ବର ୧୧ରେ କୋଶଲ ସେନା ପକ୍ଷରୁ ମହାବନ୍ଦର ଡାକରା ଦିଆଯାଇଥିଲା । ତେବେ କେତେକ ଅନିବାର୍ୟ୍ୟ କାରଣବଶତଃ ଏହି ମହାବନ୍ଦକୁ ସ୍ଥଗିତ ରଖାଯାଇଥିବା କୋଶଲ ସେନାର ଆବାହକ କୌସ୍ତୁଭ ସାହୁ ସୂଚନା ଦେଇଛନ୍ତି । ଅଲଗା କୋଶଲ ରାଜ୍ୟ ଦାବୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇ ଥିବା କୋଶଲ ସପକ୍ଷବାଦୀଙ୍କୁ ଜେଲରେ ପୁରାଇ ପ୍ରଶାସନ ସେମାନଙ୍କ ସ୍ୱରକୁ ଚାପି ଦେବାକୁ ହୀନ ଉଦ୍ୟମ କରୁଛି । ତେବେ ପ୍ରଶାସନର ଏହି ପ୍ରୟାସ କେବେ ସଫଳ ହେବ ନାହିଁ । ଆଗାମୀ ଦିନରେ କୋଶଲ ମହାବନ୍ଦ ପାଇଁ ପୁଣି ଦିନ ଧାର୍ଯ୍ୟ କରାଯିବା ସହିତ ସମସ୍ତଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.