ମୁକ୍ତା ଯୋଜନାରେ ଗଞ୍ଜାମ ଏନ୍‌ଏସିରେ ଖର୍ଚ୍ଚ ହେବ ୧ କୋଟି ୯୦ ଲକ୍ଷ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ମୁକ୍ତା ଯୋଜନାରେ ୧ କୋଟି ୯୦ ଲକ୍ଷ ଟଙ୍କା ବିନିମୟରେ ସହରର ୧୨ଟି ୱାର୍ଡର ଉନ୍ନତିକରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କଂଫେରେନ୍ସ ମାଧ୍ୟମରେ ଅନୁମୋଦନ କରିଛନ୍ତି । ମୁକ୍ତା ଯୋଜନା ମାଧ୍ୟମରେ ରାସ୍ତା ଘାଟ ନିର୍ମାଣ, ଚଲାପଥ, ଉଦ୍ୟାନ, ଓପେନ ଜିମ୍‌, ପୋଖରୀ ପୂନଃ ଉଦ୍ଧାର ଭଳି ବିଭିନ୍ନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ପାଖାପାଖି ପ୍ରାୟ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି ବୋଲି ସ୍ପଷ୍ଟ କରିଛନ୍ତି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମିଶ୍ର । ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ବରପଲ୍ଲୀ, ଖଣ୍ଡେଶ୍ୱର ଓ ନାଉଡି ବନ୍ଧ ପ୍ରତ୍ୟେକ ପାଇଁ ୧୦ଲକ୍ଷ, ବ୍ରାହ୍ମଣ ଢାମଣା ସାହି, ସାମନ୍ତରା ସାହି, ପୁଇଁତୋଳା ବଡସାହି, ପୋତାଗଡ, ଦାମୋଦରପୁର ବସ ଷ୍ଟପ ଏବଂ ଗୌଡ଼ ସାହି ରାମିୟା ବନ୍ଧ, ଅକଟା ବନ୍ଧ ଚଲାପଥ ପାଇଁ ମୋଟ ୬୬ଲକ୍ଷ, ସାମନ୍ତରା ସାହି, ଗୌଡ଼ ସାହି, ପୁଇଁତୋଳା ବଡ ସାହି, ପୋତାଗଡ ଉଦ୍ୟାନ ନିମନ୍ତେ ୬୦ଲକ୍ଷ, ବରିଷ୍ଠ ନାଗରିକ ଓ ଦାସ ସାହି ନିମନ୍ତେ ଶିଶୁ ଖେଳ କେନ୍ଦ୍ରରେ ୨୦ଲକ୍ଷ ଏବଂ ମାଛ ମାର୍କେଟ, ଚୌଧରୀ ସାହିରେ ୧୪ ଲକ୍ଷ ବ୍ୟୟ ରେ ନିର୍ମିତ ହେବ ଖୋଲା ବ୍ୟାୟାମ କେନ୍ଦ୍ର । ଗଞ୍ଜାମ ବ୍ଲକ ସଭା ଗୃହଠାରେ ଏନ୍‌ଏସି ଇଓ ଅବିନାଶ ମିଶ୍ର, ଉପନଗରପାଳ ସୁରେନ୍ଦ୍ର ବାରିକ, ଗଞ୍ଜାମ ବରିଷ୍ଠ ନାଗରିକ, ଏସ୍‌ଏଚ୍‌ଜି ମହିଳାମାନେ, ଗଞ୍ଜାମ ଏନ୍‌ଏସି ବିଜେଡ଼ି ସଭାପତି ସୁଧୀର କୁମାର ପାଢ଼ୀ, ବିଜେଡ଼ି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ (ସିଲୁ) ମୁକ୍ତା ଯୋଜନା ଅଧିକାରୀ ଚିନ୍ମୟ ପୃଷ୍ଟି, ସୁମିତ ବେହେରା, ଭାଗ୍ୟଶ୍ରୀ ନାୟକ, ସିଓ ସ୍ୱପ୍ନା ରାଣୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରିୟା ସାବତଙ୍କ ସମେତ କାଉନ୍‌ସିଲର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସ ସମୟରେ ଉପସ୍ଥିତ ଥିଲେ । ଏନେଇ ଗଂଜାମ ସହରବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.