oom

ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମକୁ ‘ଡାକ ପଞ୍ଚ ତାରକା ଗ୍ରାମ’ ଘୋଷଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମକୁ ବଲାଙ୍ଗିର ଡାକ ଅଧୀକ୍ଷକ‌ଙ୍କ ଉପସ୍ଥିତିରେ ‘ଡାକ ପଞ୍ଚ ତାରକା ଗ୍ରାମ’ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ କପିଳ ନନ୍ଦ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ଉତ୍କୃଷ୍ଟ ସେବା ଯୋଗାଇ ଆସୁଥିବାରୁ ସ୍ଥାନୀୟ ଡାକ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ଗ୍ରାମର ଶତାଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଉପସ୍ଥିତ ରହି ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ । ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ସାହୁ ଏବଂ ଶିକ୍ଷକ ବିଜୟ କୁମାର ସାହୁ ମଧ୍ୟ ଉତ୍ତମ ଡାକ ସେବାର କିଭଳି ଲାଭ ପାଉଛନ୍ତି, କହିଥିଲେ । ଡାକ ଅଧିକ୍ଷକ ସର୍ବେ‌ଶ୍ୱର ବଳିଆର ସିଂଙ୍କ ସହ ସହ-ଅଧୀକ୍ଷକ ଭରତ ଜାଲି, ସହାୟକ ପ୍ରଶାନ୍ତ ଜାଲ ପ୍ରମୁଖ ଅତିଥି ଭାବେ ସଭାରେ ମଞ୍ଚାସୀନ ଥିଲେ । ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଇ‌ଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ, ଡାକ ବୀମା ଯୋଜନା, ସଞ୍ଚୟ ଖାତା ଭଳି ସମସ୍ତ ଯୋଜନାରେ ବିଭାଗ ତରଫରୁ ଦିଆଯାଇଥିବା ଲକ୍ଷ୍ୟ ପୁରଣ ସହ ଅନ୍ୟାନ୍ୟ ଡାକ ସେବା ମଧ୍ୟ ଉତ୍ତମ ଭାବେ ତୁଳାଇ ଆସୁଥିବାରୁ କୁଡାସିଂହା ଶାଖା ଡାକଘର ପୋଷ୍ଟ ମାଷ୍ଟର ହରେକୃଷ୍ଣ ସାହୁଙ୍କୁ ଉପଢୈ।କନ ସହ ମାନପତ୍ର ଦେଇ ଅଧୀକ୍ଷକ ସମ୍ମାନିତ କରିଥିଲେ ।

jittmm
Leave A Reply

Your email address will not be published.