- କଣ୍ଟାବାଞ୍ଜି ସମ୍ବିଧାନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ
ତୁରେକେଲା, (ପିତାମ୍ବର ଦୀପ) : ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ବିବାଦୀୟ ମନ୍ତବ୍ୟକୁ ନେଇଁ ସାରା ଭାରତରେ ଆମ୍ବେଦକର ପ୍ରେମୀଙ୍କ ଆନ୍ଦୋଳନ ଜୋର ଧରିଛି । କଣ୍ଟାବାଞ୍ଜି ସହରର ଆମ୍ବେଦକର ଛକ ଠାରେ ମଧ୍ୟ ଆମ୍ବେଦକର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂସଦରେ ସାହାଙ୍କ ବିବାଦୀୟ ବ୍ୟକ୍ତବ୍ୟ ଆମ୍ବେଦକର ପ୍ରେମୀଙ୍କୁ ଆଘାତ କରିଥିବା ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଶ୍ୱରତ୍ନ ବାବା ସାହେବ ଆମ୍ବେଦକରଙ୍କୁ ମାନିବା ଏକ ଏକ ଫ୍ୟାସନ ବୋଲି ମନ୍ତବ୍ୟ ଦେଇଥିବା ଓ ଭାଗବାନକୁ ଆରାଧନା କଲେ ମୁକ୍ତି ମିଳିବା ବକ୍ତବ୍ୟ ଜୋର ବିରୋଧ ପ୍ରଦର୍ଶନ ଚାଲିଛି । ଏହା ବାବାସାହେବଙ୍କ ପ୍ରତି ଘୋର ଅପମାନ ସହ ନିନ୍ଦା କରାଇଥିବା ବୋଲି ମଧ୍ୟ ଚର୍ଚା ଜୋର ଧରିଛି । ଗୃହମନ୍ତ୍ରୀ ଯତେ ଦିନ ପର୍ଯ୍ୟନ୍ତ ବାବା ସାହେବ ପ୍ରତି ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା ନମାଗିବେ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ଏହି ଅବସରରେ ସଂଘର ବ୍ରହ୍ମସିଂ ମହାନନ୍ଦ, ତୁଳସୀରାମ ଜଗତ, ହରିସ ମହାନନ୍ଦ, ସାଇଭାଇ ରାଜେନ୍ଦ୍ର ଦୀପ, ଦିଲୀପ ନାଗ, ଟିକେଶ୍ୱର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।