jayashree

ଆଜି ବଲାଙ୍ଗିର ଜିଲ୍ଲାର ପ୍ରାଣୀ ପାଳକ ଏବଂ ଦୁଗ୍ଧ ଉତ୍ପାଦକ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ଦୋଳନରେ ଡାକ୍ତର । ବ୍ୟାହତ ପ୍ରାଣୀ ସେବା । ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନରେ ବସିଥିବା ବେଳେ ଆଜି ବଲାଙ୍ଗିରରେ ମଧ୍ୟ ଆନ୍ଦୋଳନ ଚାଲିଛି । ଏହାର ସିଧା ପ୍ରଭାବ ପଶୁ ପାଳକ ଓ ଚାଷୀମାନଙ୍କ ଉପରେ ପଡ଼ିଥିବା ଅଭିଯୋଗ ହୋଇଛି । ଏନେଇ ଆଜି ବଲାଙ୍ଗିର ଜିଲ୍ଲାର ପ୍ରାଣୀ ପାଳକ ଏବଂ ଦୁଗ୍ଧ ଉତ୍ପାଦକ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁସାରେ ଡାକ୍ତରମାନେ ଛୁଟିରେ ଯାଇଥିବାରୁ ପ୍ରଣୀସେବା ବ୍ୟାହତ ହୋଇଛି । ସେମାନଙ୍କ ଚିକିତ୍ସା କରାଯାଇ ପାରୁ ନାହିଁ । ଯାହା ଫଳରେ ରୋଗିଣା ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଛି । ଡାକ୍ତରଙ୍କୁ ଚିକିତ୍ସା ପାଇଁ ଫୋନ କଲେ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ପାରିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପ୍ରଣୀପାଳକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଯଥା ଶୀଘ୍ର ଏହାର ସମାଧାନ କରିବାକୁ ସେମାନେ ଦାବି କରିବା ସହିତ ଏହାର ସମାଧାନ ନହେଲେ ସେମାନେ ମଧ୍ୟ ଆନ୍ଦୋଳନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.