oom

୧୫ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କୃଷକ ମହାସଂଘ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଛି ଜିଲ୍ଲା କୃଷକ ମହାସଂଘ । ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ଏକ ଅନୁନ୍ନତ ମରୁଡି ପ୍ରବଣ ଜିଲ୍ଲା । ବିଭିନ୍ନ ସରକାରୀ ଯୋଜନା ସତ୍ୱେ ଜିଲ୍ଲାରେ କୃଷିର ଉନ୍ନତି ହୋଇ ପାରୁନାହିଁ । ଫଳରେ ଚାଷ ଉପରେ ନିର୍ଭର ପ୍ରାୟ ୮୦ ପ୍ରତିଶତ ଚାଷୀ ଆତ୍ମହତ୍ୟା, ଅର୍ଦ୍ଧାଧିକ ଦାଦନର ଶିକାର ହେଉଛନ୍ତି । ତା’ଉପରେ ଏ ବର୍ଷ ବର୍ଷା ଦୁର୍ବଳ ହେବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇଛି । ତେଣୂ ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ସହିତ ୧୫ଦଫା ଦାବୀରେ ଜିଲ୍ଲା କୃଷକ ମହାସଂଘ ଜିଲ୍ଲାପାଳ କାର୍ୟ୍ୟଳୟ ଘେରିଛି । ଦାବୀପତ୍ର ଅନୁସାେରେ ବଲାଙ୍ଗିର ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରାଯାଉ, କୃଷକମାନଙ୍କ ସମସ୍ତ କୃଷୀ ରୁଣ ଓ ସ୍କୁ କଲେଜ ଫି’ ଛାଡ କରାଯାଉ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫୦୦୦ କ୍ଷତି ପୂରଣ ଦିଆଯାଉ, କପା ଚାଷୀଙ୍କୁ କପାର ସମର୍ଥନ ମୁଲ୍ୟ ବାହାରେ ଅତିରିକ୍ତ ୨୦୦୦ ଟଙ୍କା ସହାୟକ ମୂଲ୍ୟ ଦିଆଯାଉ, ଚାଷୀ ଓ କୃଷୀ କ୍ଷେତ୍ରକୁ ମାଗଣା ବିଦ୍ୟୂତ ସେବା ଯୋଗଇ ଦିଆଯ।ଉ, ସମସ୍ତ ପୁରୁଣା ବନ୍ଧ କଂଟାର ପୁନଃଉଧାର କରି ଉନ୍ନତି କରଣ କରାଯାଉ, ଲୋୟର ସୁକତେଲ ଅଂଚଳବାସୀଙ୍କୁ ଆଇନ ଅନୁସାରେ କ୍ଷତି ପୂରଣ ପ୍ରଦାନ କରି ତୁରନ୍ତ ପ୍ରକଳ୍ପ ଆରମ୍ଭ କରାଯାଉ, ପ୍ରତ୍ୟେକ ବ୍ଲକରେ ଶୀତଳ ଭାଣ୍ଡାରର ବ୍ୟବସ୍ଥା କରାଯାଉ, ବିଜୟାନନ୍ଦ ଚିନି କଳକୁ ପୁନଃ ଆରମ୍ଭ କରାଯାଉ, ପ୍ରତ୍ୟେକ ଚାଷୀ ପରିବାରକୁ କୃଷୀ କାର୍ଡ ଓ କିଷାନ ପେନସନ ପ୍ରଦାନ ପତ୍ର ପ୍ରଦାନ କରାଯାଉ, ବିଗତ ଦିନ ମାନଙ୍କରେ କୃଷୀବୀମାର ହୋଇଥିବା ସମସ୍ତ ଅଭିଯୋଗର ଶୁଣାଣୀ କରିବା ସହ ଦୋଷୀକୁ ଦଣ୍ଡ ପ୍ରଦାନ କରାଯାଉ, ମରୁଡି ସମୟରେ ଦୁଗ୍ଧ ଚାଷୀମାନଙ୍କୁ ସ୍ୱତନ୍ତ୍ର ପ୍ୟକେଜ ପ୍ରଦାନ କରାଯାଉ ଓ ସାର କଳାବଜାରୀ ଉପରେ ସଂପୁର୍ଣ୍ଣ ରୋକ ଲଗାଯାଇ ନିୟମିତ ଭାବେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉ ବୋଲି ସଂଘ ଉଲ୍ଲେଖ କରିଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଏସଂକ୍ରାନ୍ତୀୟ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥଲେ । ଜତି ପ୍ରଧାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ସଭାରେ ଉପସଭାପତି ଚଗଲା ପରିଚ୍ଛା, ମଧୂସୁଦନ କ୍ଷେତି, କ୍ଷମାନିôଧ ଭୋଇ, ଅଭିଳାଶ ଭୋଇ , କୃଷ୍ଣ ଚନ୍ଦ୍ର ବନଛୋର, ନୁତନ ସେଠ, କୈଲାସ ପଧାନୀ ପ୍ରମୂଖଙ୍କ ସମେତ ଶହ ଶହ ଚାଷୀ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଗତ କାଲି ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ଛାଷୀମାନଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିବା ଯୋଗୁଁ ପ୍ରାୟ ୮ ଜଣ ଚାଷୀ ପ୍ରାଣ ହରାଇଛନ୍ତି । ଉକ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବଲାଙ୍ଗିରର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅନ୍ୟ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.