oom

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବିଜେପି ତରଫରୁ ଡେଲାଙ୍ଗ ବ୍ଲକ ଘେରାଉ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତର ଶତାଧିକ ବିଜେପି କର୍ମୀ, ଜନସାଧାରଣ ଡେଲାଙ୍ଗ ହାଟ ବଜାରସ୍ଥିତ ବିଜେପି କାର୍ଯ୍ୟାଳୟଠାରୁ ପଂଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନବୀନ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବ୍ୟଭିଚାର, ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ନାରୀ ନିର୍ଯ୍ୟାତନା, ପାଇଖାନା ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଦାଦନ ସମସ୍ୟା, ରାସନ କାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, କେନ୍ଦ୍ରୀୟ ଯୋଜନାର ବାଟମାରଣା, ଚାଷୀ ମାରଣା ନୀତି, ଜଳ ସେଚନ ବ୍ୟବସ୍ଥାରେ ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଡେଲାଙ୍ଗ ବ୍ଲକ ସମ୍ମୁଖରେ ପହଂଚି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ବିଜେପି ନେତାମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଉପରୋକ୍ତ ବିଷୟରେ ଘୋର ନିନ୍ଦା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଧାମନଗର ବିଜେପି ବିଧାୟକ ସୂର୍ୟ୍ୟବଂଶୀ ସୁରୁଜ ସମେତ ବିଜେପି ସରପଞ୍ଚ /ସମିତି ସଭ୍ୟ, ବିଭିନ୍ନ ମଣ୍ଡଳର ବିଜେପି ସଭାପତି, ମହିଳା ମୋର୍ଚ୍ଚା ସଭାପତି ଓ ବିଭିନ୍ନ ମୋର୍ଚ୍ଚା ସଭାପତି, ଶତାଧିକ ଦଳୀୟ ମହିଳା ପୁରୁଷ କର୍ମୀ, ସମର୍ଥକ ଓ ଶୁଭେଛୁ ସାମିଲ ହୋଇଥିଲେ । ଶେଷରେ ଦାବୀପତ୍ର ନୂତନ ବିଡ଼ିଓ କ୍ଷିତିଶ ବେହେରାଙ୍କୁ ପ୍ରଦାନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.