jayashree

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକ ଘେରାଉ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକକୁ ଘେରାଉ ‌କରିଥିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି । ଝାରବନ୍ଧଠାରେ ବିଜେପିର ବିଶାଳ ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଲେଗାନ ଦେଇ ସମଗ୍ର ସହର ପରିକ୍ରମା କରି ବ୍ଳକ ଅଫିସ ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଝାରବନ୍ଧ ବ୍ଲକରେ ହେଉଥିବା ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ପିସି କାରବାର ବିରୁଦ୍ଧରେ ବର୍ଷି ଥିଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି ମୁରଲି କ୍ରିଷ୍ଣା, ମଣ୍ଡଳ ସଭାପତି ଚିନ୍ତାମଣି ରାଉତ ହରେକୃଷ୍ଣ ପଟେଲ, ମହନ ନାୟକ, ବିନୋଦ ବାଗ, ହରିହର ସାହୁ ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ସଭା ପରିଚାଳନା କରିଥିଲେ ସରୋଜ ସାମଲ । ଏକ ୭ ଦଫା ଦାବୀ ପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.