କଂଗ୍ରେସ ପକ୍ଷରୁ ଦୋକାନ ଗୃହ ଆବଣ୍ଟନ ଟେଣ୍ଡରକୁ ନେଇ ସୁବର୍ଣ୍ଣପୁର ପୌର କାର୍ଯ୍ୟାଳୟ ଘେରାଓ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ପୌର ପରିଷଦ ଦ୍ୱାରା ନବ ନିର୍ମିତ ଦୋକାନ ଗୃହ ବେଆଇନ ନିଲାମ ପ୍ରକ୍ରିୟାକୁ ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ମ୍ୟୁନିସିପାଲିଟି ଘେରାଉ କାର୍ଯ୍ୟକ୍ରମ ସହ ଦାବୀପତ୍ର ଦିଆଯାଇଛି । ଜିଲ୍ଲା କଂଗ୍ରେସର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଆନ୍ଦୋଳନକାରୀ ପୌର କାର୍ଯ୍ୟାଳୟକୁ ଘେରାଉ କରିଥିବା ବେଳେ ପ୍ରଶାସନର ଏକ ତରଫା ନୀତି ବିରୁଦ୍ଧରେ ନାରାବାଜି କରି କାର୍ଯ୍ୟାଳୟକୁ ଧସେଇ ପଶିଛନ୍ତି । ସୂଚନୀୟ, ସୁବର୍ଣ୍ଣପୁର ସହରର ଅନେକ ସ୍ଥାନରେ ପୌର ପରିଷଦ ପକ୍ଷରୁ ବେରୋଜଗାର ଲୋକଙ୍କୁ ଥଇଥାନ ଲକ୍ଷ୍ୟରେ ଦୋକାନ ଗୃହ ନିର୍ମାଣ ହୋଇଥିବା ବେଳେ ଯୋଗ୍ୟ ଲୋକଙ୍କୁ ଆବଣ୍ଟନ କରାନଯାଇ ଧନିକ ଲୋକଙ୍କ ଚାପରେ ଟେଣ୍ଡର କରାଯାଇ ଗରିବ, ବେକାରୀ ଲୋକଙ୍କୁ ବଂଚିତ କରାଯାଇଛି । ବ୍ଲକ ଛକରେ ନିର୍ମିତ ଷ୍ଟଲକୁ ନେଇ ପୌର ପ୍ରଶାସନ ଟେଣ୍ଡର ଆହ୍ବାନ କରିଥିବାରୁ ଜନ ଅସନ୍ତୋଷ ବଢୁଥିବା ବେଳେ ଗୋଟିଏ ସପ୍ତାହରେ ଟେଣ୍ଡରକୁ ରଦ୍ଦ କରି ଯୋଗ୍ୟ ହିତାଧିକାରୀଙ୍କୁ ଷ୍ଟଲ ଦେବାର ବ୍ୟବସ୍ଥା ନହେଲେ ଆଗକୁ ଜନ ଆନ୍ଦୋଳନ ତୀବ୍ର କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.