ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ସେଲ୍ଫି ନେବା ଘଟଣା : ଫାର୍ମାସିଷ୍ଟ ନିଲମ୍ବିତ

କରଞ୍ଜିଆ : ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ସେଲ୍ଫି ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେଲ୍ଫି ନେଇଥିବା ଫାର୍ମାସିଷ୍ଟ ଯଶୋବନ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବନ କରିଛନ୍ତି । ନିଲମ୍ବିତ ଫାର୍ମାସିଷ୍ଟ ଜଣକ ଯଶୀପୁର ବ୍ଲକ୍ ଜାମୁକେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୋଧୂଳି ଅସ୍ଥାୟୀ ହେଲିପ୍ୟାଡରେ ରାଷ୍ଟ୍ରପତି ପହଞ୍ଚିଥିଲେ । ସେଠାରୁ ସିଧାସଳଖ ରୋଡ଼୍‌ରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇଥିଲେ । ହେଲିପ୍ୟାଡ ଡିଉଟି ପଡିଥିବା ଜଣେ ଫାର୍ମାସିଷ୍ଟ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ଆସିଥିବା ୩ଟି ହେଲିକ୍ୟାପ୍ଟରରୁ ଗୋଟିଏରେ ସେଲ୍ଫି ନେବା ସହ ବସି ଫଟୋ ଉଠାଇଛନ୍ତି । ପରେ ନିଜ ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ ।

Leave A Reply

Your email address will not be published.