ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି ଘଟଣା

ନୂଆପଡା, (କେପିଏନ୍‌ଏସ୍‌) : ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୋର ଧରାପଡୁ ନାହାନ୍ତି । ଗତକାଲି ରୋହିତ ଅଗ୍ରୱାଲଙ୍କ ରୋହିତ ପୂଜା ଦୋକାନରୁ ଚୋର ଚାଳିଶ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି । ଗତ କୋଡ଼ିଏ ଦିନ ମଧ୍ୟରେ ଏହା ତୃତୀୟ ଘଟଣା ବୋଲି ଜଣା ପଡ଼ିଛି । ପୂର୍ବରୁ ମଧ୍ୟ ଦୁଇଟି ଦୋକାନରୁ ଚୋରି ହୋଇ ସାରିଛି । ଏନେଇ ଆଜି ଖଡ଼ିଆଳ ବ୍ୟବସାୟୀ ସଂଘ ତରଫରୁ ଏସ୍‌ଡିପିଓ ଉପେନ୍ଦ୍ର ପ୍ରଧାନ ଓ ଆଇଆଇସି ଦିଲୀପ ସାହୁଙ୍କୁ ଭେଟି ଚୋରମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.