om academy

ଶୀତଳ ବାତାବରଣରେ ଦେବୀଙ୍କ ଚତୁର୍ଥ ସନ୍ଧ୍ୟାର ଘଟଯାତ୍ରା ସମ୍ପନ୍ନ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାର ଚତୁର୍ଥ ସନ୍ଧ୍ୟାର ଘଟଯାତ୍ରା ଏକ ମନୋରମ ହୋଇଛି । ଯାହାକି ଶନିବାର ସନ୍ଧ୍ୟାରେ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁଗୁଳିକୁ ମା’ ଏଡ଼ାଇ ଦେଇଛନ୍ତି ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି । ସୁଲୁସୁଲିଆ ପବନ ବୋହିଛି, ସତରେ ଆଜି ସନ୍ଧ୍ୟାରେ ଅନୁଭୂତ ହୋଇଛି ଏକ ନୂଆଁ ଅନୁଭବ । ଯାତ୍ରାରେ ଦେବୀଙ୍କ ଆଗମନ ବେଳକୁ ପାଗ ଅନୁକୂଳ ପରିବେଶ ଥିଲା । ଶୀତଳ ବାୟୁ ପ୍ରଭାବରେ ଭକ୍ତମାନେ ଦେବୀଙ୍କୁ ଦର୍ଶନ କରି ଆନନ୍ଦରେ ବିଭୋର ହୋଇ ଉଠିଛନ୍ତି । ଆଜି ସନ୍ଧ୍ୟାରେ କାରିଣୀ ସାହି, ଆଚୁଲି ସାହି, ଭାସ୍କରପେଟ୍ଟା ସାହିରେ ମା’ଙ୍କ ଘଟଯାତ୍ରା ସମାହିତ ହୋଇଛି । ଦେବୀଙ୍କ ନିମନ୍ତେ ଘରେ ଘରେ ଭୋଗ ଅର୍ପଣ ହୋଇଛି । ଭୋଗଖାଇ ଭକ୍ତଙ୍କୁ ଦେବୀ ଶୁଭାଶିଷ ପ୍ରଦାନ କରିଛନ୍ତି । ଅବାଳ ବୃଦ୍ଧ ବନିତା ଭକ୍ତଗଣ ନିଜ ନିଜର ମନବାଞ୍ଛା ପୂରଣ କରିବାକୁ ଯାଇ ଖୁସି ମନରେ ଭୋଗରାଗ, ବସ୍ତ୍ର ଅର୍ପଣ କରିବା ପୂର୍ବକ ପ୍ରତ୍ୟେକ ଘରର ମୁରବୀ ମହିଳାମାନେ ହଳଦୀ ପାଣିରେ ଗୋଡ଼ ଧୋଇ, ଗନ୍ଧ କର୍ପୂର ଲଗାଇ ବନ୍ଦାପନା କରିଛନ୍ତି ।
ବର୍ଣ୍ଣାଢ଼୍ୟ ପଟୁଆର ମଧ୍ୟରେ ଚତୁର୍ଥ ସନ୍ଧ୍ୟାର ନଗର ପରିଭ୍ରମଣରେ ବିଭିନ୍ନ ନାଟ୍ୟ ପସରା ଆଦିରେ ଦୁଲ୍‌କାଇ ଦେଇଛି ।

Leave A Reply

Your email address will not be published.