ତୁରେକେଲା ବ୍ଲକ ଲର୍କି ଗ୍ରାମରୁ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ ସାଲୁଜା

 ଜନସାଧାରଣ ଙ୍କ ପାଇଁ କଂଗ୍ରେସ କାର୍ଯ୍ୟ କରିବ.ବିଜେଡି ଓ ଭାଜପା ସରକାରଙ୍କ ଉପରେ ବର୍ଷିିଲେ ବିଧାୟକ
 ଶତାଧିକ ବିଜେଡି ,ଭାଜପା କର୍ମି କଂଗ୍ରେସରେ ହେଲେ ସାମିଲ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳି ଅଧିନସ୍ଥ ତୁରେକେଲା ବ୍ଲକ ଲର୍କି ଗ୍ରାମରେ ରବିବାର ଦିନ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ବିଧାୟକ ସନ୍ତୋଷ ସିଂ ସାଲୁଜା । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କଂଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳିରେ ମଧ୍ୟ ଏହି କାର୍ଯ୍ୟ ଶୁଭାରମ୍ଭ କରାଯାଇଛି । ଏହା ସେପ୍ଟେମ୍ବର ମାସ ୨୫ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷିରେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ କଂଟାବାଞ୍ଜି ନିର୍ବାଚନ ମଣ୍ଡଳିର ତୁରେକେଲା ବ୍ଲକ ଲର୍କି ଗ୍ରାମରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଛିିିିିିିିିିିିିିିିିିି । ରବିବାର ଦିନର ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମର ଶୋଭାଯାତ୍ରାରେ ବିଧାୟକ ସନ୍ତୋଷ ସାଲୁଜା ଲର୍କି ଗ୍ରାମର ସମସ୍ତ ଘର ଘର ବୁଲି ଜନସମ୍ପର୍କ ସ୍ଥାପନ କରିଥିଲେ । ଏପରିକି ପ୍ରତ୍ୟେକ ଘରର ପରିବାର ସହିତ ସାକ୍ଷାତ କରି କଂଗ୍ରେସ ସରକାରଙ୍କ ଜନମୂଳକ କାର୍ଯ୍ୟ ଉପରେ ଅବଗତ କରିବା ସହିତ କେନ୍ଦ୍ରର ଭାଜପା ଏବଂ ରାଜ୍ୟ ବେଜେଡି ସରକାରଙ୍କ ଶାସନର ବିଫଳତା ଉପରେ ଲୋକଙ୍କୁ କହିଥିଲେ । ଏପରିକି କଂଗ୍ରେସ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କଲେ ଜନସାଧାରଣଙ୍କୁ ଉଚିତ ନ୍ୟାୟ ମିଳିବା ସହିତ ସମସ୍ତ ସରକାରୀ ଯୋଜନା ସମସ୍ତେ ପାଇପାରିବେ ବୋଲି କହିଥିଲେ । ଏହି ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟ କ୍ରମରେ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତରୁ ସହସ୍ରାଧିକ ମହିଳା ପୁରୁଷ, ସାମିଲ ଥିଲେ । ଲର୍କି ଗ୍ରାମରେ ଶ୍ରୀ ସାଲୁଜାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏପରିକି ପ୍ରତ୍ୟେକ ଘରେ ସ୍ୱାଗତ କରି ଗାଁର ସମସ୍ୟା ଅବଗତ କରିଥିଲେ । ଲର୍କି ଗ୍ରାମର ଘରେ ଘରେ କଂଗ୍ରେସ ଘରେ ଘରେ ହାତ ପଦଯାତ୍ରାରେ ତୁରେକେଲା ବ୍ଲକ ଚ୍ୟାରମେନ ପୂଜା ବେହେରା, ତୁରେକେଲା ବ୍ଲକ ଯୋନ ନଂ,୧୧ ଜିଲ୍ଲାପରିଷଦ ସଭ୍ୟ କୌଶିକ ମେହେର, ତୁରେକେଲା ପଂଚାୟତ ସମିତି ସଭ୍ୟ ପ୍ରମୋଦ ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ସିନ୍ଧେକେଲା ପଂଚାୟତ ସମିତି ସଭ୍ୟ ଭୋଲାନାଥ ବେହେରା, କଂଗ୍ରେସ ଯୁବନେତା ସେଜି ସିଂ ସାଲୁଜା, ବରିଷ୍ଠ କଂଗ୍ରେସ ନେତା କାର୍ତିକ ପୁଟେଲ, ପୂର୍ବତନ ସରପଂଚ ହରିସିଂ ପୋଢ ସହ ଶତାଧିକ ପୂର୍ବତନ ସରପଂଚ, ସମିତି ସଭ୍ୟ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ ବିଜେଡି ଓ ଭାଜପାର ବରିଷ୍ଟ ନେତା କଂଗ୍ରେସରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.