କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସେପ୍ଟେମ୍ବର ପନ୍ଦର ଠାରୁ ଅକ୍ଟୋବର ପନ୍ଦର ପର୍ୟ୍ୟନ୍ତ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଆୟୋଜିତ ହେଉଯାଇଛି । ଏହି ଅବସରରେ କୋଷାଗୁମୁଡା ଚାଉଁରିଆ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବଜା ବଜାଇ ନୃତ୍ୟର ତଳେ ତାଳେ ଶତାଧିକ କଂଗ୍ରେସ କର୍ମୀ କୋଷାଗୁମୁଡା ପରିକ୍ରମ କରିବା ପରେ ସନ୍ତୋଷପୁର କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କଂଗ୍ରେସ ସଭାପତିଙ୍କ ଘରେ ଘରେ କଂଗ୍ରେସର ନାରାକୁ ସାଫଲ୍ୟ କରିବାକୁ କୋଷାଗୁମୁଡ଼ା ବ୍ଲକରେ ଥିବା ସମସ୍ତ ପଞ୍ଚାୟତରେ କଂଗ୍ରେସର ସ୍ୱର ଓ ସଚେତନତାର ବାର୍ତ୍ତା ପହଞ୍ଚାଇବ ବ୍ଲକ କଂଗ୍ରେସ । କୃଷକମାନଙ୍କ ସମସ୍ୟା, ବେକାରୀ ଯୁବକ ଓ ଯୁବତୀଙ୍କ ନିଯୁକ୍ତି ସମସ୍ୟା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଜେଡି ସରକାରର ୨୩ ବର୍ଷର ମହାଦୁର୍ନୀତି, ଏହି ଭଳି ବିଭିନ୍ନ ସମସ୍ୟା ନେଇ ଘରେ ଘରେ କଂଗ୍ରେସ ପହଞ୍ଚିବ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ପାପଡ଼ାହାଣ୍ଡି ଜିଲ୍ଲାପରିଷଦ ସଭ୍ୟା ଲୀପିକା ମାଝୀ, ଜିଲ୍ଲା ଅଦିବାସୀ ସଭାପତି ଦିଲିପ ପ୍ରଧାନୀ, ଜିଲ୍ଲା ଉପସଭାପତି ଧରମ ସିଂ, ଧନୁର୍ଯ୍ୟୟ ବିଷୋୟୀ, ସଂଜୀବ ବିଷୋୟୀ, ଯୁଗଧର ହରିଜନ, କୁଶିଆ ମାଝୀ, କେ. ରାଜୁ, ବାବୁଲି ବାଘ, ଚିତରଞ୍ଜନ ଗୌଡ, ବୃନ୍ଦାବାନ ତ୍ରିପାଠୀ, ପଦ୍ମନ ବିଷୋୟୀ, କୈଳାସ ଗୌଡ଼ଙ୍କ ସମେତ ଶତାଧିକ କଂଗ୍ରେସ୍ର କର୍ମୀ ଓ ନେତା ଉପସ୍ଥିତ ରହିଥିଲେ ।