oom

ବିଜେଡି ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ

jsmm

ପାଟଣାଗଡ଼, (ସଦାଶିବ ସରାଫ୍‌) : ୫ କେଜି ଚାଉଳ କାଟିବା ପରେ ତାତିଛି ବିଜେଡି । ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଉଥିବା ବେଳେ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ପାଟଣାଗଡ଼ ବିଜେଡି ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିବା କ୍ରମରେ ପ୍ରଥମେ ବିଜୁ ଜନତା ଦଳ ଅଫିସରୁ ଏକ ବିଶାଳ ଶୋଭାଯାତ୍ରା ପାଟଣାଗଡ଼ ଏନ୍‌ଏସିର ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ବାହାରିଥିଲା । ଶହ ଶହ ବିଜେଡି କର୍ମୀମାନେ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଏନ୍‌ଏସିର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ବିଶ୍ୱାଳ, ପରେଶ ସାହୁ, ସୁକୁମାର ବାରିକ, ଯୁବରାଜ ମେହେର, ଗଣ୍ଡାରାମ ବେହେରା, ଏନ୍‌ଏସିର ସମସ୍ତ କାଉନସିଲର, କସ୍ତୁରୀ ସେଠ, ସେବତୀ ମେହେର, ସୁଜାତା ପ୍ରଧାନ, ଲଷ୍ମୀ ମଝି, ପ୍ରମୋଦ କୁମାର ମେହେର, ବିଜେଡ଼ିର ମିଡିଆ ପ୍ରଭାରୀ ପ୍ରଦୀପ କୁମାର ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.