ସେମେଲପାଲିରେ ସର୍ଟସର୍କିଟରୁ ଘରପୋଡି ଅଭିଯୋଗ : ଅଳ୍ପକେ ବର୍ତ୍ତିଲା ପରିବାର, ସହାୟତା ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ହଳଦୀ ପଞ୍ଚାୟତ ସେମେଲପାଲି ଗ୍ରାମର ବନ ପୁଟେଲଙ୍କ ଘର ସର୍ଟସର୍କିଟରୁ ଘରପୋଡି ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ପଡୋଶୀ ଓ ଗ୍ରାମବାସୀ ପହଞ୍ଚି ପାଣି ବୋହି ନିଆଁକୁ ଆୟତ୍ତ କରିଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏଥିରେ ବନଙ୍କ ଘରର ଟିଭି, ଫ୍ରିଜ୍ ଠାରୁ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଘରପୋଡିଲା ବେଳେ ପରିବାର ଜମିକୁ ଯାଇଥିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ମୁରିବାହାଲର ସାମ୍ବାଦିକ ନବିନ କୁମାର ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନକୁ ଜଣାଇବା ସହ ପରିବାରକୁ ଉଚିତ୍ ସୁବିଧା ଦାବୀ କରିଥିଲେ । ମୁରିବାହାଲ ତହସିଲଦାର ଜଗଦୀଶ କର୍ତାମୀଙ୍କ ନିର୍ଦ୍ଦେଶରେ ହଳଦୀ ଆର୍‌ଆଇ କୋଶଳ ବେହେରା ପହଞ୍ଚି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେଇଥିଲେ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.