ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବର୍ତ୍ତମାନ ଗରିବ ଲୋକମାନଙ୍କ ପାଇଁ ନାନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ପ୍ରକୃତ ହିତାଧୀକାରୀ ମାନଙ୍କର ପାଖକୁ ପହଞ୍ଚି ପାରୁନାହିଁ । ଅଭିଯୋଗ ଅନୁସାରେ ପଦ୍ମପୁର ବ୍ଲକ ଡ଼ଙ୍ଗାଘାଟ ପଂଚାୟତ ପୁଢେରଖାର ଗ୍ରାମର ମକର୍ଦ୍ଧଜ ଅଦାବର ଓ ମନୋରଞ୍ଜନ ଅଦାବର ଏ ମାନେ ଗୋଟିଏ ଯୋଗ୍ୟ ହିତାଧୀକାରୀ । ହେଲେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରୁନାହିଁ । ଅନ୍ୟପଟେ ସରକାର କଚା ଘରକୁ ପକ୍କା କରିବାକୁ ଡିଣ୍ଡିମ ପିଟୁଛନ୍ତି, ହେଲେ ପ୍ରକୃତ ହିତାଧୀକାରୀ ମାନଙ୍କ ପାଖକୁ ପହଞ୍ଚି ପାରୁନାହିଁ । ସୂଚନା ଅନୁସାରେ ମକର୍ଦ୍ଧଜ ଅଦାବରର ବାପା ଦୀର୍ଘ ବର୍ଷ ପୂର୍ବେ ଘର ଖଣ୍ଡିଏ ପାଇଥିଲେ । ସେହି ଭଙ୍ଗା ଦଦରା ଘରେ ଆଜି ତାଙ୍କ ପୁଅ ନାତି ନାତୁଣୀ ରହି ଆସିଛନ୍ତି । ସାମାନ୍ୟ ବର୍ଷାରେ ଘର ଭିତରକୁ ପାଣିଜମି ଯାଏ ଏଣୁ ଆଗକୁ ବର୍ଷା ଋତୁ କେତେବେଳେ ଘରପଡି କାହାର ଅବସ୍ଥା କଣ ହେବ କହି ହେବ ନାହିଁ । ଏଣୁ ତୁରନ୍ତ ତାଙ୍କୁ ଘର ଖଣ୍ଡିଏ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି ।