ଘର ହିଁ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ପାଇଁ ଇଛୁକ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ. ବାଞ୍ଛାନିଧି ପଣ୍ଡା ବିଦ୍ୱତ୍ ପରିଷଦ ଶିକ୍ଷା ବିକାଶ ସମିତିର ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରି ଔପଚାରିକ ଓ ଅନୌପଚାରିକ ଶିକ୍ଷା ସଂସ୍କାର ଓ ଚରିତ୍ର ନିର୍ମାଣ ବିଷୟରେ ଆଲୋକପାତ କରିଥିଲେ । ଦିନବନ୍ଧୁ ଦେହେରୀ ଗୁରୁଜୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଗୀତାଞ୍ଜଳି ପ୍ରଧାନ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଦିବା ପର୍ଯ୍ୟୟର ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୦ ଜଣ ପିତା ମାତାମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.