jayashree

ସମାଜସେବୀଙ୍କ ପ୍ରୟାସରେ ୨୧ ଭୂମିହୀନ ପରିବାରକୁ ମିଳିବ ଘରଡିହ ପଟ୍ଟା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘୋଡାବନ୍ଧ ପଞ୍ଚାୟତ ବ୍ରାହ୍ମଣୀ ଗାଁ କଲୋନୀପଡ଼ାରେ ସରକାରୀ ଜମିରେ ଘରକରି ୨୧ ପରିବାର ରହୁଛନ୍ତି । ସୂଚନା ଅନୁସାରେ ଦୀର୍ଘ ୩୩ ବର୍ଷ ଧରି ସରକାରୀ ଜମିରେ ଘର କରି ରହୁଥିଲେ ସୁଧା ଏମାନଙ୍କ ପ୍ରତି ପ୍ରଶାସନର ଦରଦ ନାହିଁ । ଘର ପଟ୍ଟା ନ ମିଳିବାରୁ ଏମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଘରଡ଼ିହ କିଣି ପାରୁନାହାନ୍ତି ବୋଲି କୁହନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ଚାରି ଡେସିମିଲ ଜାଗା ଦେବା ପାଇଁ କହିଛନ୍ତି କିନ୍ତୁ ତାହା ମଧ୍ୟ ଏମାନଂକୁ ମିଳିନଥିବା ଅଭିଯୋଗ ହୋଇଥିଲା । ଏହି ଗରିବ ଶ୍ରେଣୀର ୨୧ ଜଣ ପରିବାରକୁ ଶୀଘ୍ର ଘରଡ଼ିହ ପଟ୍ଟା ପ୍ରଦାନ କରିବାକୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟା ବିଷୟରେ ଜାଣି ସେମାନଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି କଳାହାଣ୍ଡି ଜିଲ୍ଲାପାଳ, ରାଜସ୍ୱ ବିଭାଗ, ନର୍ଲା ବିଡ଼ିଓ, ନର୍ଲା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଂକୁ ଶୀଘ୍ର ଘରଡିହ ପଟ୍ଟା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଏହାର ଜବାବରେ ନର୍ଲା ତହସିଲଦାର ଏହାର ତଦନ୍ତ କରାଯିବ ଓ ଖୁବ ଶୀଘ୍ର ତୁଳାପଡା ଆର୍‌ଆଇଙ୍କ ମିଳିତ ଉଦ୍ୟମରେ ଯୋଗ୍ୟ ପରିବାରକୁ ପଟ୍ଟା ପ୍ରଦାନ କରାଯିବ ବୋଲି ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ଏହି ଖବରକୁ ଫୋନ ଯୋଗେ ବ୍ରାହ୍ମଣୀ ଗାଁର ଲୋକଙ୍କୁ ଜଣେଇବା ପରେ ସେମାନେ ଖୁସି ଥିବା କହିଛନ୍ତି ସମାଜସେବୀଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଏହିପରି ଅସହାୟମାନଙ୍କ ପ୍ରତି ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.