oom

ଭେରୁଆମୁଣ୍ଡା ଲଗାଣ ବର୍ଷା ଘରଭଙ୍ଗା ଘଟଣା

jsmm
  • ୭ ମାସ ବିତିଗଲା ପଛେ ସରକାରୀ ସହାୟତା ପାଇ ନାହାନ୍ତି ସିଙ୍ଘରାଜ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଗାଁର ସ୍କୁଲ ପଡ଼ାରେ ରହନ୍ତି ସିଙ୍ଘରାଜ ବିଭାରଙ୍କ ପରିବାରରେ ରହନ୍ତି ୭ ଜଣ । ସିଙ୍ଘରାଜଙ୍କ ପତ୍ନୀ ସୁଭଦ୍ରା ବିଭାର (୩୮) ସିଙ୍ଗରାଜଙ୍କ ମାଁ ଘୁନେ ବିଭାର (୭୮) ଓ ତିନି ପୁଅ ଓ ଗୋଟିଏ ଝିଅ । ସିଙ୍ଘରାଜ ଜଣେ ଗରିବ ଶ୍ରେଣୀର ହେଲେ ବି କାମ ମଜୁରି କରି ଦୁଇ ପଇସା ଆଣି ପରିବାର ଚଳାଉଛନ୍ତି । ଗଲା ବର୍ଷାଋତୁରେ ଲଘୁଚାପ ଯୋଗୁ ଲଗାଣ ବର୍ଷାରେ ରାତ୍ରିରେ ତାଙ୍କ ସ୍ତ୍ରୀ ଦୁଆରକୁ ବାହାରୁଥିବା ସମୟରେ ପାଖରେ ଥିବା ନିଜେ ତିଆରି କରିଥିବା ମାଟି ଘର ଅତ୍ୟଧିକ ବର୍ଷା ହେତୁ ଭୁଷୁଡି ପଡିବା ଫଳରେ ତାଙ୍କ ଗୋଡ଼ ହାତ ମୁଣ୍ଡ ଫାଟି ଯିବାରୁ ଗୁରୁତର ହୋଇଯାଇଥିଲେ ସଙ୍ଗେ ସଙ୍ଗେ ପରିବାର ଲୋକେ ନୂଆପଡା ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ । ହେଲେ ଆଗଭଳି ଚାଲୁ ପାରୁନାହାଁନ୍ତି । ଆଶାବାଡି ଧରି ଚଳାବୁଲା କରନ୍ତି । ଲଗାଣ ବର୍ଷାରେ ଘରଭଙ୍ଗା ଓ ନିଜ ଗୁରୁତର ହୋଇଥିବା କ୍ଷତି ପୂରଣ ୭ ମାସ ବିତିଗଲା ପଛେ ଏଯାଏଁ ସରକାରୀ ସହାୟତା ପାଇନାହାନ୍ତି ପରିବାର । ସିଂଘରାଜ ବିଭାର ପରିବାରକୁ ଏଯାଏଁ ଘର ଖଣ୍ଡିଏ ବି ମିଳି ନାହଁ । ଏକାକୀ ପରିବାର ଚଲାଇବା କଷ୍ଟକର ହୋଇପଡୁଛି । ଏନେଇ ସରକାରୀ ସହାୟତା ପାଇଁ ଜାମସେଠ ଆରଆଇଙ୍କୁ ପଚାରିବାରୁ ଆମେ ବହୁତ ଦିନ ଆଗରୁ ଘରଭଙ୍ଗା ଓ ତାଙ୍କ ସ୍ତ୍ରୀଙ୍କ ସହାୟତା କାଗଜପତ୍ର ଉଚ୍ଚ କତ୍ତୃପକ୍ଷଙ୍କୁ ପଠାଇ ଦେଉଛୁ ବୋଲି କହିଛନ୍ତି । ଏଥିପ୍ରତି ଉଚ୍ଚ କତ୍ତୃପକ୍ଷ ସିଙ୍ଗରାଜ ବିଭାର ପରିବାରକୁ ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଜନସାଧାରଣ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.