ବର୍ଷାରେ ଭୁଷୁଡି ଗଲା ଘର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଞ୍ଜିପଦର ଗାଁର ଲଖପତି ନାଗଙ୍କ  ଘର ଗତ ୨ ତାରିଖ ରାତିରେ ବର୍ଷା ସହ ପବନ ଯୋଗୁଁ ତାଙ୍କ ଚାଳ, ମାଟି ଘର ଭାଙ୍ଗି ଯାଇଛି । ସୌଭାଗ୍ୟତଃ ଆଗରୁ  ଏ ଘରେ ପାଣି ଝରୁ ଥିବାରୁ ସେ ଅନ୍ୟ ଜଣେ ପଡୋଶୀଙ୍କ ଘରେ ଆଶ୍ରୟ ନେଉଥିଲେ । ଆଜି ପର୍ଯ୍ୟନ୍ତ ପଲ୍ଲି ସଭାରେ ଅନେକ ଥା ତାଙ୍କ ନାମ ଦିଆଗଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଟିଏ ମିଳିପାରିନାହିିଁ ଫଳରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଏଣୁ ଯଥା ଶୀଘ୍ର ଘରଟିଏ ମିଳିବାକୁ ଦାବୀ ହେଉଛି ।

Leave A Reply

Your email address will not be published.