centurian jitm

ନିଆଁ ଲାଗି ଜଳିଗଲା ୩ ବଖରା ଘର

nschool

ସାଲେପୁର : ଆକସ୍ମିକ ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡ଼ି ଯାଇଛି । ସାଲେପୁର ବ୍ଲକ ଅନ୍ତର୍ଗତ ଧନୁପଡା ଗ୍ରାମର ବୈଷ୍ଣବ ଚରଣ ପାଢ଼ୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ିଯାଇଛି । ସାଲେପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଲା ବେଳକୁ ଘର ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ଯାଇଥିଲା । ଯାହାର ଅନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ମୁତାବକ, ଧନୁପଡା ଗ୍ରାମର ବୈଷ୍ଣବ ଚରଣ ପାଢ଼ୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ତିନି ବଖରା ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦୋଇଥଲେ । କବର ପାଇ ଘଟଣା ସ୍ଥଳରେ ସାଲେପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଏହାରି ଭିତରେ ଘର ସହ ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.