oom

ଘର ସମ୍ମୁଖରେ ମହିଳାଙ୍କ ଉପରକୁ ମାଡ଼ିଗଲା ଆମ୍ବୁଲାନ୍ସ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସର୍ଗିଗୁଡ଼ା ମଦନ ଜାଲ ଛକ ନିବାସୀ ଗତ ଗୁରୁବାର ଭୋର ୫.୩୦ ମିନିଟରେ ପ୍ରତିମା ସାହୁ ପ୍ରତିଦିନ ଭଳି ନିଜ ଘର ଅଗଣାରେ ଝାଡୁ କରୁଥିବା ସମୟରେ OD03AC9355 ନମ୍ବର ବିଶିଷ୍ଟ ଗୋଟିଏ ଆମ୍ବୁଲାନ୍ସ ଗାଡ଼ି ହଠାତ୍‌ ଆସି ଧକ୍କା ମାରିବାରୁ ପାଖରେ ଥିବା ଏକ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇ ଆମ୍ବୁଲାନ୍ସ ଧକ୍କା ମାରି ଫେରାର ମାରିଥିଲା ସିସିଟଭି ଫୁଟେଜ ଘୁରି ବୁଲୁଛି । ଭିଡିଓରୁ ଜଣା ପଡୁଛି ଯେ, ସ୍ଥିତି ନିୟନ୍ତ୍ରଣ ନକରି ତଥା ଆମ୍ବୁଲାନ୍ସ ଚାଳକଙ୍କ ଅସାବଧାନତା ଯୋଗୁଁ ଗାଡ଼ି ଶ୍ରୀମତୀ ସାହୁଙ୍କ ଉପରକୁ ଚଢେ଼ଇ ଦେଇଛି । ଏ ନେଇ ଶ୍ରୀମତୀ ସାହୁଙ୍କ ପୁଅ ଜିତୁ ସାହୁ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନାଧିକାରୀ ବିଶ୍ୱଜିତ ମନବୋଧ ତଦନ୍ତ ଆରମ୍ଭ କରି ସହରରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଜରିଆରେ ଆମ୍ବୁଲାନ୍ସ ନମ୍ୱର୍ ବାହାର କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପଟେ ପ୍ରତିମା ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲରୁ କଟକ ସ୍ଥାନାନ୍ତର ହୋଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ତେବେ ଆମ୍ବୁଲାନ୍ସ ଚାଳକଙ୍କ ଅସାବଧାନତା ତଥା ଦାୟିତ୍ଵ ହୀନତା ଯୋଗୁଁ ଏହିଭଳି ଘଟଣା ଘଟିଛି । ଶ୍ରୀମତୀ ସାହୁଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ପରିବାର ବର୍ଗ ଦାବି କରିବା ସହ ଚାଳକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.