oom

ପାଣି ପାଇଁ ନଦୀ ଭରସା : ହର୍‌ ଘର୍‌ ଜଲ୍‌ ହର୍‌ ଘର୍‌ ନଲ୍‌ ଯୋଜନା ଫେଲ୍‌

ସଇଁତଲା, (ଖୁସିରାନୀ ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରି ପାରୁନାହିଁ ପାଣି ସମସ୍ୟା । ୨୪ ବର୍ଷର ବିଜେଡ଼ି ସରକାରଙ୍କ ବସୁଧା ଯୋଜନା ଫେଲ୍‌ ମାରି ଥିବା ବେଳେ ବର୍ତ୍ତମାନର ବିଜେପି ସରକାରଙ୍କ ହର୍‌ ଘର୍‌ ଜଲ୍‌ ହର୍‌ ଘର୍‌ ନଲ୍‌ ଯୋଜନା ମଧ୍ୟ ଫେଲ ମାରିଛି । ବର୍ଷ ବର୍ଷ ଧରି ପାଣି ପାଇଁ ଲୋକେ ଦାବି କରି ଆସୁ ଥିବାବେଳେ ଗାଁ ଲୋକଙ୍କ ପାଇଁ ପାଣି ଅଭିଶାପ ପାଲଟି ଥିବା ଅନୁମେୟ ହେଉଛି । ନିର୍ବାଚନ ସମୟରେ ଅନେକ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇ ଗାଁ ଲୋକଙ୍କୁ ଜଳ ଯୋଗାଣର ବ୍ୟବସ୍ଥା ହେବ ବୋଲି କହିଥିଲେ । ହେଲେ ନିର୍ବାଚନର ବୈତରଣୀ ପାର ହେବା ପରେ ନେତାଙ୍କ ଦେଖା ଦର୍ଶନ ମଧ୍ୟ ମିଳୁନାହିଁ । ପାଣି ମୁନ୍ଦାଏ ପାଇଁ ମାଇଲ ମାଇଲ ବାଟ ଚାଲି ପାଣି ଆଣୁଛନ୍ତି ମହିଳାମାନେ । ଗାଁ ଲୋକଙ୍କ ପାଇଁ ନଦୀ ପାଲଟିଛି ଭରସା । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ବୁଢାବାହାଳ ପଂଚାୟତ ମାୟାମୁଣ୍ଡା ଗାଁଲୋକଙ୍କ ଦୁଃଖ କହିଲେ ନ ସରେ । ବର୍ଷ ବର୍ଷ ଧରି ନଦୀରୁ ପାଣି ସଂଗ୍ରହ କରି ଘରକୁ ଆଣିଲେ ଗାଁ ଲୋକଙ୍କ ଶୋଷମେଣ୍ଟେ । ପାଣି ମୁନ୍ଦାଏ ପାଇଁ ଲମ୍ବା ଲାଇନରେ ମହିଳାମାନେ ମାଇଲ ମାଇଲ ରାସ୍ତା ଦେଇ ପାଣି ସଂଗ୍ରହ କରୁ ଥିବାବେଳେ କାହିଁକି ଦୃଷ୍ଟି ପଡୁ ନାହିଁ ପ୍ରଶାସନର ବୋଲି ଲୋକେ ଅଭିଯୋଗ କରିଛନ୍ତି । ଗାଁରେ ୨୦୦ରୁ ଅଧିକ ଲୋକେ ବସବାସ କରୁ ଥିବାବେଳେ ୨ ଗୋଟି ନଳକୂଅ ରହିଛି ହେଲେ ଭଲ ପାଣି ବାହାରୁ ନ ଥିବାରୁ ବାଧ୍ୟ ହୋଇ ୨ କିଲୋମିଟର ଦୂର ନଦୀକୁ ଯାଇ ଖରା, ବର୍ଷାରେ ପାଣି ସଂଗ୍ରହ କରି ଆଣୁଛନ୍ତି । ଅନେକ ଥର ଗାଁ ଲୋକେ ବ୍ଲକ ପ୍ରଶାସନ,ନେତା ମନ୍ତ୍ରୀଙ୍କୁ ଗୁହାରି କରି ନୟାନ୍ତ ହେଲେଣି ହେଲେ ଗୁହାରି ଶୁଣିବାକୁ ଅଛି କିଏ । ଜଳ ଯନ୍ତ୍ରଣାରେ ଛଟପଟ ଗାଁ ଲୋକେ । ଅନ୍ୟପଟେ ପଂଚାୟତ ପ୍ରଶାସନ ଟ୍ୟାଙ୍କର ଯୋଗେ ପ୍ରତ୍ୟେକ ଗାଁକୁ ଜଳ ଯୋଗାଣ କରୁଥିବା କଥା କହିଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ହେଲେ ସବୁ କାଗଜ କଲମରେ ବୋଲି ଆଲୋଚନା ହେଉଛି । ଏନେଇ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ପଚାରିବାରୁ ଆପଣଙ୍କ ମାଧ୍ୟମରେ ଜାଣିଲି ବିଭାଗୀୟ ଜେଇଙ୍କୁ ତଦନ୍ତ କରି ରିପୋର୍ଟ ଆସିଲା ପରେ ଜଳ ଯୋଗାଣ ବ୍ୟବସ୍ଥା କରାଯିବ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଯଦି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଗାଁ ଲୋକେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.