oom

ଘନଶ୍ୟାମକୁ ନେଇ ଏବେ ପଞ୍ଚାୟତ ନିର୍ବାଚନରେ ଜୋର୍ ଚର୍ଚ୍ଚା

jsmm

ବରଗଡ, (ନିରୋଜ କୁମାର ପାଣୀ) : କମ ବୟସରୁ ସଫଳତା ପାଉଥିବା ଓ ସମାଜ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ହେଉଛନ୍ତି ଘନଶ୍ୟାମ ସାହୁ । ତାଙ୍କ ଜନ୍ମ ବରଗଡ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଏକ ମଧ୍ୟବିତ୍ତ ପରିବାରରେ ୨୦୦୦ ମସିହାରେ ହୋଇଥିଲା । ୨୦୧୭ ମସିହା ଚକରକେନ୍ଦ୍ ସ୍ଥିତ ଏସ୍‌କେବିବିଏମ ମହାବିଦ୍ୟାଳୟରେ +୩ ପାଠ ପଢୁଥିବା ବେଳେ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବୀରୁ ରାଜନୀତିରେ ପାଦ ଦେଇଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଏବେ ସେ ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ହୋଇଛନ୍ତି । ଜୁନ ୧୦ ୨୦୨୦ ମସିହା ଭାରତୀୟ ତୈଳିକ ସାହୁ ରାଠୋର ମହାସଭା ଓଡିଶା ପ୍ରଦେଶର ଯୁବ କାର୍ଯ୍ୟକାରୀ ସଭାପତି ଭାବରେ ଘନଶ୍ୟାମଙ୍କୁ ନିଯୁକ୍ତି ମିଳିଛି । ୨୦୨୧ ଜୁଲାଇ ୧୨ ତାରିଖରେ ଘନଶ୍ୟାମଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚା ବରଗଡ ଜିଲ୍ଲାର ସମ୍ପାଦକ ଭାବରେ ଦାୟିତ୍ଵ ମିଳିଛି, ଅଗଷ୍ଟ ୨୭ରେ ଘନଶ୍ୟାମଙ୍କ ନେତୃତ୍ଵରେ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରି ସେ ଚର୍ଚ୍ଚାରେ ରହିଥିଲେ, ଏବେ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ।

jittmm
Leave A Reply

Your email address will not be published.