centurian jitm

ରାଉରକେଲାରେ ଦ୍ୱାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଗଦା ସାଂସ୍କୃତିକ ପରିଷଦର ସଭାଗୃହରେ ଦ୍ୱାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ସମାଜସେବୀ ସଞ୍ଜିବ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆର୍ଟ ଅଫ ଗିଭିଙ୍ଗ ଡେ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୂର୍ଗା ଚରଣ ତନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍‌ର ପ୍ରତିଷ୍ଠାତାଙ୍କ ଏହିଭଳି ଏକ ଅନନ୍ୟ ଚିନ୍ତାଧାରାର ଭୂୟସୀ ପ୍ରଶଂସା କରିଥିଲେ । ସାଂପ୍ରତିକ ସମାଜରେ ଖୁସି, ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସହାୟକ ହେଉଛି । ଆର୍ଟ ଅଫ୍ ଗିଭିଙ୍ଗ ଡେ ର ଦ୍ୱାଦଶ ତମ ଉତ୍ସବ ପାଳନ ଅବସରରେ ଆର୍ଟ ଅଫ୍ ଗିଭିଙ୍ଗ ଡେ ର ଶୀର୍ଷକ” ନେବର ହୁଡ” ଅର୍ଥାତ୍ ପଡୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଭଳି ବାର୍ତ୍ତାର ପ୍ରଚାର ନିଶ୍ଚିତ ଭାବେ ସମାଜକୁ ସୁଧାରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେସାମ୍ବାଦିକ ଅରବିନ୍ଦ ଦାସ ଯୋଗଦେଇ କେଉଁ ଭଳି ପରିସ୍ଥିତି ଡଃ ଅଚ୍ୟୁତ ସାମନ୍ତଙ୍କୁ ଏହି ଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କରିଥିଲେ । ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ । ୨୦୧୩ ମସିହାରୁ ଜିଲ୍ଲାର ସମସ୍ତ ସଦର ମହକୁମା ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ ବର୍ତମାନ ଏକ ଆନ୍ଦୋଳନରେରେ ପରିଣତ ହୋଇଛି । ଚଳିତ ବର୍ଷ ଆର୍ଟ ଅଫ ଗିଭିଙ୍ଗର ଥିମ୍ ଅନୁଯାୟୀ ପଡୋଶୀଙ୍କ ସହ ସୁସମ୍ପର୍କ ନିଜ ନିଜର ପରିବେଶକୁ ସୁଖମୟ କରିଥାଏ ବୋଲି ପ୍ରଫେସର ଡ଼ଃ ସମର ମୁଦାଲି କହିଛନ୍ତି । ଏହି ଅବସରରେ ରାଉରକେଲା ସହରରେ ଅବହେଳିତ ଅବସ୍ଥାରେ ରାସ୍ତା କଡ଼ରେ ଜୀବନ ବିତାଉଥିବା ଗରିବ ଗୁରୁବାଙ୍କୁ ରୁଟି ବିତରଣ କରୁଥିବା ସ୍ୱେଚ୍ଚାସେବୀ ସଂସ୍ଥା “ରାମ ରୋଟି “ ର କର୍ମକର୍ତ୍ତା ଧନଞ୍ଜୟ ପଟେଲ ଓ ମହେନ୍ଦ୍ର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । କଳିଙ୍ଗ ଟିଭିର ରାଉରକେଲା ପ୍ରତିନିଧି ଅନୀଲ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କିସର ସଂଯୋଜକ ସୁବ୍ରତ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କିଟ୍ ର ନିର୍ଦ୍ଦେଶକ ସନ୍ତୋଷ କୁମାର ନାଏକ ଓ କିଟ୍ ର ଟେକ୍ନିକାଲ ଆସିଷ୍ଟାଣ୍ଟ କମଲ ଲୋଚନ ସ୍ୱାଇଁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.