jayashree

ବୃକ୍ଷ ରୋପଣ କରି ରମ୍ଭା ଗାୟତ୍ରୀ ଶକ୍ତିପୀଠ ପାରିବାରିକ ଗୋଷ୍ଠୀ ଆୟୋଜନ କଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମହା କାର୍ତ୍ତିକର ଶୁଭ ଅବସର ଏବଂ ରମ୍ଭା ଗାୟତ୍ରୀ ଶକ୍ତିପୀଠର ସପ୍ତବିଂଶତିଲମ ପ୍ରତିଷ୍ଠା ଉତ୍ସବ ଆୟୋଜନର ଅବ୍ୟବହିତ ପୂର୍ବରୁ ଆଜି ସକାଳେ ସର୍ବ ପ୍ରଥମେ ଶକ୍ତିପୀଠ ପରିସରରେ ଏକ ଅଶୋକ ବୃକ୍ଷ ରୋପଣ କରାଯାଇଥିଲା । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରର ମାର୍ଗଦର୍ଶନରେ ପରିଚାଳିତ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗଞ୍ଜାମ ବ୍ଲକର ଐତିହାସିକ, ସାଂସ୍କୃତିକ ଓ ସାରସ୍ୱତ ସିଦ୍ଧାଞ୍ଚଳ ରମ୍ଭା ନାଗରୀରେ ଅବସ୍ଥିତ ସର୍ବପୁରାତନ ଗାୟତ୍ରୀ ଶକ୍ତିପୀଠରେ ଗତକାଲି ଏକ ପାରିବାରିକ ସଂଗୋଷ୍ଠୀ ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ତାଳାସୁ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧିଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପାରିବାରିକ ଗୋଷ୍ଟୀରେ ଓଡ଼ିଶାରେ ଶାନ୍ତିକୁଞ୍ଜ ପ୍ରତିନିଧି ଅଶୋକ ପାଣ୍ଡେଜୀ ମୁଖ୍ୟ ଅତିଥି, ଭୁବନେଶ୍ୱର ଜୋନ ସଂଯୋଜକ ବଳରାମ ଗୌତମ, ସହସଂଯୋଜକ ଡ. ବୃନ୍ଦାବନ ମିଶ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇ ପୂଜ୍ୟ ଗୁରୁବରଙ୍କ ବିଚାର ଓ ସନ୍ଦେଶକୁ ଜନ-ଜନଙ୍କ ପାଖରେ ପହଞ୍ଚାଇବାର ମାର୍ଗଦର୍ଶନ କରାଇଥିଲେ । ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସଙ୍କ ବେଦମନ୍ତ୍ର ଏବଂ ଟ୍ରଷ୍ଟି ପଞ୍ଚାନନ ଖଟୁଆ ଅତିଥିମାନଙ୍କର ପରିଚୟ ଏବଂ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ ପରେ ପରେ ଓଡିଶା ସଂଗୀତ ଟୋଲି ମୁଖ୍ୟ ରବୀନ୍ଦ୍ର ଗୌଡ, ସନ୍ତୋଷ କୁମାର ଜେନା, ପଞ୍ଚୁ ଗୌଡ଼ ଓ କେଦାରନାଥ ଆଲତିଆ ଗୁରୁବନ୍ଦନା ସହ ପ୍ରାରମ୍ଭିକ ଯୁଗ ସଂଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ପାଣ୍ଡେ ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ସେବାହିଁ ଗାୟତ୍ରୀ ପରିବାରର ପରିଚୟ ଏବଂ ଏହା ମାଧ୍ୟମରେ ଆମେ ସମାଜ ପରିବର୍ତନ ପାଇଁ ପ୍ରୟାସ ଜାରି ରଖି ପାରିବା । ପୂଜ୍ୟ ଗୁରୁବରଙ୍କ ବିଚାର ଓ ସନ୍ଦେଶ ବଳରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଆଜି ସମଗ୍ର ବିଶ୍ୱରେ ଏକ ପ୍ରତିଷ୍ଠିତ ଓ ସୁନାମଧନ୍ୟ ଅନୁଷ୍ଠାନ ହୋଇ ସମାଜ ପାରିବର୍ତନରେ ଅଗ୍ରଣୀ ଭୂମିକା ନେଇପାରିଛି । ସମ୍ମାନୀତ ଅତିଥି ବଳରାମ ଗୌତମ କହିଥିଲେ ଆଗାମୀ ଦିନ ଗୁଡିକରେ ପଂଚାୟତ ସ୍ତରରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ, ଗୁରୁଦେବଙ୍କ ଶତ ସାହିତ୍ୟକୁ ଘରେ ଘରେ ସ୍ଥାପନା କରିବା ଉପରେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ଭୁବନେଶ୍ୱର ଜୋନ ସହସଂଯୋଜକ ବୃନ୍ଦବନ ମିଶ୍ର ବାଳ ସଂସ୍କାରଶାଳା ପ୍ରତିଷ୍ଠା କରି ଶିଶୁମାନଙ୍କର ଶାରୀରିକ ବୌଦ୍ଧିକ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ । ରମ୍ଭା ଗାୟତ୍ରୀ ଶକ୍ତିପୀଠକୁ ଜନ ଜାଗରଣ କେନ୍ଦ୍ରରେ ପରିଣତ କରିବା ସହ ବିଭିନ୍ନ ସାହିତ୍ୟ, ସଂସ୍କୃତି, ସ୍ୱାସ୍ଥ୍ୟ, ସାମାଜିକ ସେବା ଓ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମାଜର ସବୁ ଶ୍ରେଣୀର ଜନତାଙ୍କ ନିକଟତର ହୋଇ ପାରିବା ବୋଲି କହିଥିଲେ । ଏହି ପାରିବାରିକ ଗୋଷ୍ଟୀରେ ଟ୍ରଷ୍ଟି ମୁଖ୍ୟ ତା. ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧିଙ୍କ ସମେତ ଉମାକାନ୍ତ ସାହୁ, ପଞ୍ଚାନନ ଖଟୁଆ, ରଥାଙ୍ଗ ରମଣ ନାହାକ, ରଞ୍ଜନ କୁମାର ନାହାକ, ଇ. ତାରିଣୀ ରେଡ୍ଡୀ ଟ୍ରଷ୍ଟିମାନେ ଯୋଗ ଦେଇଥିବା ବେଳେ ପ୍ରଶ୍ନ ନାହାକ, ଲିଙ୍ଗରାଜ ପାତ୍ର, ଶେଷଦେବ ବେହେରା, ଉପେନ୍ଦ୍ର ବେହେରା, ନରେନ ସାହୁ, ତ୍ରିନାଥ ପ୍ରଧାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.