centurian jitm

ଟିଟିଲାଗଡ଼ ଗାୟତ୍ରୀ ପରିବାର ପକ୍ଷରୁ ୨୪ କୁଣ୍ଡିୟ ଶକ୍ତି ସମ୍ବର୍ଦ୍ଧନା ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଗାୟତ୍ରୀ ଶକ୍ତିପୀଠ ଆନୁକୂଲ୍ୟରେ ଥାନା ସମ୍ମୁଖରେ ଥିବା ବିଆର୍‌ସି ବିଲ୍ଡିଂ ଠାରେ ତ୍ରିଦିବସୀୟ ୨୪ କୁଣ୍ଡୀୟ ଶକ୍ତି ସମ୍ବର୍ଦ୍ଧନା ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୧୪ ତାରିଖ ଶୁକ୍ରବାର ସକାଳେ କଳସ ଯାତ୍ରା, ୧୬ ତାରିଖ ଠାରୁ ୧୮ ତାରିଖ ଯାଏଁ ପ୍ରତିଦିନ ସକାଳୁ ଜପ, ଧ୍ୟାନ, ପ୍ରଜ୍ଞାଯୋଗ, ସକାଳ ୯ଟାରେ ଦେବ ପୂଜନ, ଗାୟତ୍ରୀ ମହାଯଜ୍ଞ, ବିବିଧ ସଂସ୍କାର, ସନ୍ଧ୍ୟାରେ ସଙ୍ଗୀତ, ପ୍ରବଚନ କରାଯାଇଥିଲା । ମଙ୍ଗଳବାର ପୂର୍ଣ୍ଣାହୁତି ଓ ଟୋଲି ବିଦାୟ କରାଯାଇଥିଲା । ହରିଦ୍ଵାର ଶାନ୍ତିକୁଞ୍ଜରୁ ସର୍ବେଶ୍ଵର ଶର୍ମା ଏବଂ ତାଙ୍କର ଟିମ୍‌ ଆସି ପ୍ରବଚନ ଦେଇଥିଲେ । ତିନିଦିନ ତମାମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ସପତ୍ନି ମମତା ଦେବୀ ଜୈନ ହୋମରେ ବସିଥିଲେ । ସେହିପରି ଶେଷଦିନ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନଙ୍କ ସପରିବାର ଆସି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଗାୟତ୍ରୀ ପରିବାରର ସନ୍ତୋଷ କୁମାର ଦାଶ, ସତ୍ୟ ନାରାୟଣ ଗୁପ୍ତା, ରମାକାନ୍ତ ବେହେରା, ରାଜକୁମାର କେୱଟ, ଯୁଗଳ କିଶୋର ଗୋୟଙ୍କା, ବିଜୟ କୁମାର ଧନ ଚୱଲିୟା, ଦେବାନନ୍ଦ ସାହୁ, ନିର୍ମଳା କେୱଟ, ସସ୍ମିତା ଦାସ, ପଦ୍ମିନୀ ବେହେରା, ରୀନା ବେହେରା, ମଞ୍ଜୁ ରତେଇ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଏଠାରେ ଲାଗିଥିବା ସାହିତ୍ୟ ଓ ଆୟୁର୍ବେଦିକ ଷ୍ଟଲରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଖାସ କରି ଆୟୁର୍ବେଦିକ ଚିକିତ୍ସକ ବୈଦ୍ୟ କୁମାର ଶରତ ଚନ୍ଦ୍ର ବିଭିନ୍ନ ଆୟୁର୍ବେଦିକ ଔଷଧ ଦେବା ସହ ବିଭିନ୍ନ ବାତ ରୋଗର ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.