oom

ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ନିଟ୍ ଓଡ଼ିଶା ଟପ୍ପର ରିଜୁଲ ଜୈନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

jsmm

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ଚଳିତ ବର୍ଷ ସର୍ବ ଭାରତୀୟ ନିଟ୍ ୟୁଜି ପରୀକ୍ଷାରେ ୪୭ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିବା ତୁଷୁରାର ରିଜୁଲ୍ ଜୈନ ଓ ତାଙ୍କ ଜାଆଁଳା ଭାଇ ସର୍ବ ଭାରତୀୟ ସ୍ତରରେ୧୬୭୫ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସୁବ୍ରତ ଜୈନଙ୍କୁ ଗାୟତ୍ରୀ ମନ୍ଦିର ପରିସରେ ପବିତ୍ର ବାହୁଡା ଦଶମୀ ଅବସରରେ ଆୟୋଜିତ ସଭାରେ ମେମେଣ୍ଟୋ ଓ ପଣ୍ତିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ସତ୍ ସାହିତ୍ୟ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଜଗଦୀଶ ପ୍ରସାଦ କେଡିଆଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ମହିଳା ସମିତିର ବାଳ ବିକାଶ ପ୍ରମୁଖ ଊଷା କେଡିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା ଶେଷରେ ଗାୟତ୍ରୀ ପରିବାରର ପୁରୋଧା ରାଧା ରମଣ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ମହିଳା ସମିତିର ସଂପାଦିକା ସୁଶିଳା ଅଗ୍ରୱାଲ ମଞ୍ଚ ସଞ୍ଚାଳନ କରିଥିଲେ । ଏଥିରେ ସାଉଁରିଆ ଜୈନ, ସନ୍ତୋଷ କୁମାର ସାହୁ, ଆଶୁତୋଷ କେଡିଆ ତଥା ମହିଳା ସମିତିର ସଭାନେତ୍ରୀ ଶାରଦା ଦେବୀ କେଡିଆ, ନିର୍ମଳା ଅଗ୍ରୱାଲ, ମଞ୍ଜୁ କେଡିଆ, ପ୍ରଭା କେଡିଆ, ମଞ୍ଜୁ ଜୈନ, ସଞ୍ଜୁ ଜୈନ, ସ୍ବିଟି ଅଗ୍ରୱାଲ ଓ ସଞ୍ଜୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ପୁନଶ୍ଚ ରିଜୁଲ ଜୈନଙ୍କ ଜେଜେବାପା ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ, ଜେଜେ ମାଆ ଅଙ୍ଗୁରୀ ଦେବୀ ଜୈନ, ବାପା ରାକେଶ ଜୈନ ଓ ମାଆ ସୀମା ଜୈନ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.