om academy

୧୮ ବର୍ଷ ହେଲାଣି ଏକାଠି ନୂଆଁ ଖାଉଛନ୍ତି ଶିକାପତ୍ରାପାଲି ଗୌତିଆ ପରିବାର

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ କୁ ନେଇ ଲୋକେ ବେଶ ଉତ୍ସ।ହିତ ରହିଥାଆନ୍ତି । ନୂଆଁଖାଇ ପର୍ବକୁ ନେଇ ଲୋକଙ୍କ ମଧ୍ୟରେ ଭାଇଚାର ବଢ଼ିଥାଏ । ଭାଇଚାରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଶିକାପତ୍ରାପାଲିର ଗୌତିଆ ପରିବାରରେ । ଦୀର୍ଘ ୧୮ ବର୍ଷରୁ ଅଧିକ ହେବ ଏକାଠି ହୋଇ ନୂଆଁଖାଇ ଥାଆନ୍ତି ଏହି ପରିବାର, ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କୁଇକେଡ଼ା ପଞ୍ଚାୟତ ଶିକାପତ୍ରାପାଲି ଗାଁର ଗୌତିଆ ପରିବାର ଲୋକେ ଦୀର୍ଘ ୧୮ ବର୍ଷ ହେଲା ଏକାଠି ନୂଆଁଖାଇ ପାଳି ଆସୁଛନ୍ତି । ମା’ ଜାଡେନକୁ ପୂଜା ଅର୍ଚ୍ଚନା କରିବା ପରେ ନୂଆଁଖାଇ ଖାଇ ଥାଆନ୍ତି ଏମାନେ । ପରିବାର ମୁଖ୍ୟ ରଜନୀକାନ୍ତ ମାଝୀ, ପହେଲା ମାଝୀ, ଉମାକାନ୍ତ, ଶ୍ରୀକାନ୍ତ, ନରସିଂହ, ରାଜେଶ, କୁନ୍ତ, ମହେନ୍ଦ୍ର, ଭକ୍ତ, ଖୋଲା, ଦିନ, ଦାରାସିଙ୍ଗ,ଶୈଳେନ୍ଦ୍ର, ମତି, ଗୌତମ, ଲଳିତ ମାଝୀ, ସତ୍ୟ ମାଝୀ ପ୍ରମୁଖ ଏକାଠି ଏଥର ହୋଇ ନୂଆଁଖାଇ ଥିଲେ।

Leave A Reply

Your email address will not be published.