oom

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଯୁବ ସଂଗଠନ ଗଠନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶାନ୍ତିପଡା ରଂଜିତ କଲୋନୀ ଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ବଲାଙ୍ଗିର ଅନୁକୂଲ୍ୟରେ ସମାଜର ଯୁବବର୍ଗଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରି ଜିଲ୍ଲା ସଭାପତି ଉମାକାନ୍ତ ସାହୁ ଯୁବବର୍ଗଙ୍କୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ସାଂଗଠନିକ ସଂପାଦକ ବିକାଶ ରଞ୍ଜନ ସାହୁ ସଭା ପରିଚାଳନା ଓ ସଭାର ଉଦ୍ଦେଶ୍ୟ ଜ୍ଞାନ କରିଥିଲେ । ଜିଲ୍ଲା ସଂପାଦକ ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ସମାଜର ଉନ୍ନତି ପାଇଁ ଯୁବ ଗୋଷ୍ଠୀଙ୍କର ଭୂମିକା ରହିଛି ବୋଲି ଅବଗତ କରିଥିଲେ । ନଗର ସଭାପତି ରେବତୀକାନ୍ତ ସାହୁ ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଅନୁଷ୍ଠିତ ସଭାରେ ପ୍ରଥମେ ଜିଲ୍ଲା କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ ପୂଜାର୍ଚ୍ଚନା କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଯୁବକ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ସହମତି କ୍ରମେ ଜିଲ୍ଲା ଯୁବ କମିଟି ଗଠନ କରାଯାଇଥିଲା । ଏଥିରେ ଜିଲ୍ଲା ଯୁବ ସଭାପତି ଭାବରେ ଅନୁପ କୁମାର ସାହୁ, ଉପସଭାପତି ପ୍ରଦୀପ ସାହୁ ଓ ମନୋରଞ୍ଜନ ସାହୁ, ସଂପାଦକ ଭାବେ ଅଙ୍କିତ ସାହୁ, ଯୁଗ୍ମ ସଂପାଦକ ଶ୍ରୀନାଥ ସାହୁ, ବଣ୍ଟି ସାହୁ, ସଂଜୟ ସାହୁ, ସାଂଗଠନିକ ସଂପାଦକ ଇନ୍ଦ୍ରମଣି ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟନାରାୟଣ ସାହୁ, ଯୋଗେଶ କୁମାର ସାହୁ, ପ୍ରଶାନ୍ତ ସାହୁ, ରୋହିତ କୁମାର ସାହୁ, ରାଜୁ ସାହୁଙ୍କୁ ମନୋନୀତ କରାଗଲା ଏବଂ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଲେଖାଏଁ ବ୍ଲକ ଆବାହକ ଭାବେ ଦାୟିତ୍ୱ ଦିଆଗଲା । ଏହି ସଭାରେ ଯୁବ ଗୋଷ୍ଠୀଙ୍କ ଦ୍ୱାରା ଡିସେମ୍ବର ମାସ ସୁଦ୍ଧା ଏକ ରକ୍ତଦାନ ଶିବିର ଆୟୋଜନ, ବିଭିନ୍ନ ସ୍ଥାନରେ ଶୀତବସ୍ତ୍ର ବଣ୍ଟନ, ସହରର ସଫେଇ କାର୍ଯ୍ୟକ୍ରମ ଆଦି ସାମାଜିକ କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନିଆଗଲା । ଏହି ସଭାରେ ଜିଲ୍ଲା ତଥା ନଗର କମିଟିର ସଭ୍ୟ ପରମାନନ୍ଦ ସାହୁ, ସୁଦାମ ସାହୁ, ପ୍ରମୋଦ ସାହୁ, ଗୌରୀ ସାହୁ, ସ୍ୱିଟୀ ସାହୁ, କୃଷ୍ଣ ବିହାରୀ ସାହୁ, ନବ ସାହୁ, ଶ୍ୟାମ ସାହୁ, ଝରଣା ସାହୁ, ନରସିଂହ ସାହୁ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ଶପଥ ପାଠ କରାଯାଇ ନବ ମନୋନୀତ ଯୁବ ସଭାପତି ଅନୁପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.