ଦେଓଗାଁ ଡାକବଙ୍ଗଳା ମା’ ବସ୍ତ୍ରେନ ବଣିକ ସଂଘର ବାର୍ଷିକ ଅଧିବେଶନ ଓ ପରିଚାଳନା କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକବଙ୍ଗଳା ମା’ ବସ୍ତ୍ରେନ ବଣିକ ସଂଘର ବାର୍ଷିକ ଅଧିବେଶନ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ନିକଟରେ ଥିବା ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଣିକ ସଂଘର ପ୍ରାୟ ୭୦ରୁ ଅଧିକ ସଭ୍ୟ ଓ ତାଙ୍କ ସହଯୋଗୀମାନେ ଉପସ୍ଥିତ ଥିଲେ । ବୈଠକରେ ସଭ୍ୟ କିଶୋର ସାହୁ ସଭାପତିତ୍ୱ କରିଥିବା ବେଳେ ଡାକବଙ୍ଗଳ‌ାର ବ୍ୟବସାୟ ଓ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସମସ୍ୟାକୁ କିପରି ତୁରନ୍ତ ସମାଧାନ କରାଯାଇ ପାରିବ ତାହାକୁ ନେଇ ମତ ଦେଇଥିଲେ । ବରିଷ୍ଠ ସଭ୍ୟମାନଙ୍କ ମତ ଅନୁସାରେ ବଣିକ ସଂଘର ନୂତନ ପରିଚାଳନା କମିଟି ଗଠନ କରିବାକୁ ମତ ପ୍ରକାଶ ପାଇଥିଲା । ଏଥିରେ ବରିଷ୍ଠ ସଭ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ପରୁଆଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ହୃଦାନନ୍ଦ ଗଡ଼ତ୍ୟାଙ୍କୁ ଉପସଭାପତି ଭାବେ ଚୟନ କରାଯାଇଥିଲା । ସେହିପରି ସଂପାଦକ ଭାବେ ବିଭୂଦତ୍ତ ପାଢ଼ୀ (ଟିକୁ) ଓ ସହ ସଂପାଦକ ଭାବେ କିଶୋର ସାହୁଙ୍କୁ ଚୟନ କରାଯାଇଥିଲା । ସେହିପରି କୋଷାଧ୍ୟକ୍ଷ ଭାବେ ପିଙ୍କୁ ପୁରୋହିତ ଓ ଗଣେଶ ମେହେରଙ୍କୁ ଚୟନ କରାଯାଇଥିଲା । ସେହିପରି ଉପଦେଷ୍ଟା କମିଟିର ସଭ୍ୟ ଭାବେ ବିଷ୍ଣୁପ୍ରସାଦ‌ କେଡ଼ିଆ, ସତ୍ୟ ନାରାୟଣ ସାହୁ, ମାର୍କଣ୍ଡ ମେହେର, ରାଧେଶ୍ୟାମ ପଧାନ, ରାଜୁ ସାହୁ, ଶଙ୍କର ନାଏକ, ଜୟନ୍ତ ସାହୁ, ଆହ୍ଲାଦ ମେଲ୍ଲୀ, ମୋହନ ନାଗ, ଆନନ୍ଦ ମହାକୁର, ଗିରିଶ ସାହୁଙ୍କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ ସଂଘର କିଛି ବରିଷ୍ଠ ସଭ୍ୟଙ୍କୁ ବିଭିନ୍ନ ଦାୟିତ୍ୱ ଦେବା ସହ ବଙ୍ଗଳାର ଉନ୍ନତି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରାଯିବ ବୋଲି ନୂତନ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ପରିଶେଷରେ ଉପଦେଷ୍ଟା କମିଟିର ସଭ୍ୟ ଶ୍ରୀ କେଡ଼ିଆ ଧନ୍ୟବାଦ ଅର୍ପଣ କଲାପରେ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.