ସାତ କିଲୋମିଟର ରାସ୍ତାରେ ସାତ ଶହରୁ ଅଧିକ ଗାତ : ମରାମତି ପାଇଁ ଦାବୀ

ବରଗଡ, (ନିରୋଜ କୁମାର ପାଣୀ) : ଏଇଟା ଚନ୍ଦ୍ରପୃଷ୍ଟର ଫୋଟ ନୁହେଁ ଏ ହେଉଛି ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ଏକମାତ୍ର ପ୍ରମୁଖ ରାସ୍ତା “ବରଗଡ଼ ଭଟଲି ରାସ୍ତା” ସାତ କିଲୋମିଟର ବିଶିଷ୍ଠ ଉକ୍ତ ରାସ୍ତାରେ ସାତ ଶହରୁ ଅଧିକ ଗାତ ସୃଷ୍ଟି ହୋଇଛି । ହେଲେ ଦୀର୍ଘଦିନ ଧରି ଉକ୍ତ ରାସ୍ତା ଏପରି ଶୋଚନୀୟ ଅବସ୍ଥାରେ ପଡିରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଦେଖା ଯାଉନାହିଁ । ଦୁଃଖର ବିଷୟ ହେଲା ଯେ ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ଦେଇ ବରଗଡ଼ ଜିଲ୍ଲାପାଳ ସମେତ ବରଗଡ଼ ଜିଲ୍ଲାର ପ୍ରାୟ ସମସ୍ତ ଜନପ୍ରତିନିଧି, ବଡ ବଡ ପଦାଧିକାରୀ ବାବୁମାନେ ଯିବା ଆସିବା କରୁଛନ୍ତି ହେଲେ କେହି ଜଣେ ମଧ୍ୟ ଦୃଷ୍ଟିଗୋଚର କରୁନାହାନ୍ତି । ଉକ୍ତ ରାସ୍ତା ପାଇଁ ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ସାଇକେଲ ମଟର ସାଇକେଲରୁ ପଡି ଛାତ୍ରଛାତ୍ରୀ ସମେତ ଅନେକ ଲୋକ ଆହତ ମଧ୍ୟ ହେଉଛନ୍ତି ହେଲେ ଗୁହାରି କରିବେ କାହାକୁ । ସରକାର ତ ଏଠାରେ ଚେଇଁକି ଶୋଇ ରହିଛି । ବେଶ ଦେଖିବାକୁ ବାକି ରହିଲା ଯେ କେବେ କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ବିଭାଗୀୟ ଅଧିକାରୀଙ୍କ ସହିତ ସରକାରଙ୍କୁ ଅନୁରୋଧ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଅତିକମରେ ଉକ୍ତ ରାସ୍ତାକୁ ମରାମତି କରାଯାଉ ନଚେତ ଏଠାରେ ସୃଷ୍ଟି ହୋଇଥିବା ଗାତରେ ପଡି କୌଣସି ନିରୀହ ଜୀବନ ଚାଲିଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି ।

Leave A Reply

Your email address will not be published.