ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୧୦ ଓ ୧୧ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଅନୁସାରେ, ରାଷ୍ଟ୍ରପତି ମୁର୍ମୁ ୧୦ ଫେବୃଆରୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପରେ ଫେବୃଆରୀ ୧୧ ତାରିଖରେ ସେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବାର ଯୋଜନା ରହିଛି । ଲିଙ୍ଗରାଜ ମନ୍ଦିରରୁ ଫେରିବା ପରେ ସେ କଟକ ସ୍ଥିତ ଦ୍ୱିତୀୟ ଇଣ୍ଡିଆନ ରାଇସ୍‌ କଂଗ୍ରେସର ଉଦ୍‌ଘାଟନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ବେଳେ ବ୍ୟାପକ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଉଛି ।

Leave A Reply

Your email address will not be published.