
କୋରାପୁଟ : କୋରାପୁଟ ଗସ୍ତରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୀରାଖଣ୍ଡ ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ କୋରାପୁଟ ରେଳ ଷ୍ଟେସନରେ ପହଞ୍ଚିବା ପରେ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଭବ୍ୟ ସ୍ଵାଗତ କରିଛନ୍ତି । ପାରମ୍ପରିକ ନାଚ ସହ ସେଠାରୁ ଦଳୀୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରି ଏକ ଶୋଭାଯାତ୍ରାରେ ରେଳ ଷ୍ଟେସନରୁ ସର୍କିଟ ହାଉସ ପର୍ଯ୍ୟନ୍ତ ପାଛୋଟି ନେଇଛନ୍ତି । ସର୍କିଟ ହାଉସରେ ଦଳୀୟ ବରିଷ୍ଠ ପଦାଧିକାରୀ ଓ କର୍ମୀଙ୍କ ସହ ଆଲୋଚନା ପରେ ନବରଙ୍ଗପୁର ଅଭିମୁଖେ ଗସ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ । ଜିଲ୍ଲାର ପ୍ରାକୃତିକ ପରିବେଶକୁ ପ୍ରଶଂସା କରିବା ସହ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମୁହିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।