ଯୁରିଆ ଧାନମଣ୍ଡିକୁ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ଗସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଲୁହାସିଂହା କୃଷି ସେବା ସମବାୟ ସମିତି ଯୁରିଆ ଧାନମଣ୍ଡିକୁ ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ ଗସ୍ତ କରିଥିବା ଜଣାପଡିଛି । ଏହି ଅବସରରେ ବିଭିନ୍ନ କାଗଜ ପତ୍ର ସହ ଧାନ ବିକ୍ରି ସମ୍ପର୍କରେ ଚାଷୀଙ୍କୁ ପଚାରି ବୁଝିଥିଲେ । ଗସ୍ତ ସମୟରେ ସେବା ସମବାୟ ସମିତି ସଭାପତି କନ୍ଦର୍ପ ସୁଆର, ସାନନ୍ଦ ଯୋଶୀ, ରାଜୁ ମେହେର, ଜୟନ୍ତ ମେହେର, ବିକାଶ ମେହେର ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!