oom

ରିକାପଲ୍ଲୀ ସାହିକୁ ବିଧାୟକ ଗସ୍ତ କରି ବୁଝିଲେ ବିଭିନ୍ନ ଅଦ୍ଭାବ ଅସୁବିଧା ଓ ସମସ୍ୟା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ବର ୱାର୍ଡ ରିକାପଲ୍ଲୀ ସାହିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିବା ସାଂଗକୁ ଉକ୍ତ ସାହିର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଦୃଷ୍ଟି ଆରୋପ କରିଛନ୍ତି । ରିକାପଲ୍ଲୀର ପୁରୁଣା ଡାଲଡାମିଲ ନିକଟସ୍ଥ କଳ୍ପବସିନୀ ପୀଠରେ ବିଜେ କରିଥିବା ବହୁ ପ୍ରାଚୀନ ଶକ୍ତିପୀଠ ଶ୍ରୀଶ୍ରୀ ମା’ବୁଢ଼ୀ ଠାକୁରାଣୀ ମନ୍ଦିରରେ ଚାଲିଥିବା ନବରାତ୍ର ପୂଜା ପରିଦର୍ଶନରେ ଆସି ସାହିର ଯୁବଗୋଷ୍ଠୀଙ୍କ ସହ ମିଶି ବିଭିନ୍ନ ଅଭାବ ଅସୁବିଧା, ସମସ୍ୟା ଉପରେ ଗୁରୁତ୍ୱର ସହିତ ସାହି ବାସୀଙ୍କ ସହ ଆଲୋଚନା କରିଥିଲେ । ବିଧାୟକଙ୍କ ଗସ୍ତର ଏହି ପରିଦର୍ଶନ ଓ ଜନସମ୍ପର୍କରେ ଛତ୍ରପୁର ଉପ-ନଗରପାଳ ଜି.ପାପାରାଓ, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ସୁନୀଲ କୁମାର ଗୌଡ଼, ସଚ୍ଚିଦାନନ୍ଦ ନାୟକ, ମନୋରଞ୍ଜନ ବେହେରା, ଡ଼ି.ସୁରେଶ ରେଡ୍ଡୀ, କେ.ସତ୍ୟନାରାୟଣ ରେଡ୍ଡୀ, ଦିବାକର ବେହେରା, ମୂଷା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାହିରେ ଏକ କୋଠଘରର ନିର୍ମାଣ ଏବଂ ରିକାପଲ୍ଲୀ ରେଡ୍ଡୀ ସଂଘ ତରଫରୁ ଗୋଟିଏ କମ୍ୟୁନିଟି ହଲର ଆବଶ୍ୟକତା ସମ୍ପର୍କରେ ଯୁବଗୋଷ୍ଠୀ ଦାବୀ ଉପସ୍ଥାପନାର ସହ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.