centurian jitm

ନୀତି ଆୟୋଗ କେନ୍ଦ୍ରୀୟ ପ୍ରଭାରୀ ସଂଜୀବ କୁମାର ମିଶ୍ରଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ନିଯୁକ୍ତି ସଂସ୍ଥା ସଚିବ ସଂଜୀବ କୁମାର ମିଶ୍ର ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଆକାଂକ୍ଷୀ ଜିଲ୍ଲାର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ସିଡ଼ିଓ ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ, ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମନ୍ ଚକମା, ସିଡିଏମ୍‌ଓ ଶୁଚେତା ପାଣିଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ଥୁଆମୁଲ ରାମପୁର ଅଞ୍ଚଳର ମା’ ଗୃହ, ବାଇକ୍ ଆମ୍ବୁଲାନ୍ସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ, ବାଲିସରା ଟେରାକୋଟା କାମ, କାଣିଗୁମା କଫି ବଗିଚା, ଗୋପାଳପୁର ଏସ୍‌ଏସ୍‌ଡି ବାଳିକା ବିଦ୍ୟାଳୟ, ମିଶନ ଶକ୍ତି କ୍ୟାଫେ, ମା’ ମାଣିକେଶ୍ୱରୀ ମନ୍ଦିର, ହେଲୋ ପଏଣ୍ଟ, ସାନଛତରଙ୍ଗ କେଜ କଲ୍ଚର ଏବଂ ଦ୍ୱିତୀୟ ଦିନରେ କଲମପୁର ବ୍ଲକର ବଙ୍କାପଲାର ଅଙ୍ଗନୱାଡି କେନ୍ଦ୍ର, ଛତୁଚାଷ, କଦଳିଚୁଆଁ ଓ ଶାଗବାରିର ହାଇବ୍ରିଡ ଟମାଟୋ ଓ କଦଳୀ ଚାଷ, ଧନପୁର ଅଚ୍ୟୁତାନନ୍ଦ ୫ଟି ହାଇସ୍କୁଲ, ବନ୍ଧକନା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୁକନ୍ୟା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ । କେନ୍ଦ୍ର ପ୍ରଭାରୀଙ୍କ ସହ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି, ଥୁଆମୁଳ ରାମପୁର ବିଡିଓ, କଲମପୁର ବିଡିଓ, ଡିଏସ୍‌ଡବ୍ଲୁଓ, ଡିଡି ପ୍ଲାନିଙ୍ଗ, ଡିଡିଏଚ୍‌, ଡିପିଏମ୍‌ (ଏନ୍‌ଏଚ୍‌ଏମ୍‌)ଗସ୍ତ କରିଥିଲେ । ଭବାନୀପାଟଣାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗରେ ଉନ୍ନତି ଯଥା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରସବ, ଟୀକାକରଣ, ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର, ଆନେମିଆ, ଲିଙ୍ଗ ଅନୁପାତ, ମା’ ଗୃହ, ସ୍ଵାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ଅଙ୍ଗନୱାଡ଼ି କେନ୍ଦ୍ର, ପୋଷଣ, ଶିକ୍ଷା ବିଭାଗରେ ପ୍ରାଥମିକ ଶିକ୍ଷା, ଡ୍ରପ ଆଉଟ୍ ହାର, ବିଦ୍ୟାଳୟ ପରିମଳ, ସାକ୍ଷରତା,ଜିଲ୍ଲା ପ୍ରଶାସନ ଦ୍ୱାରା “ପଢିବାକୁ ଶିଖିବା ଶିଖିବାକୁ ପଢ଼ିବା”, ସ୍କୁଲ୍ ଡାକୁଛେ ଆ, କୃଷି ବିଭାଗରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷି ଋଣର ଅଗ୍ରଗତି, ଧାନ ଓ କପାର ଉତ୍ପାଦନ, ଭିତ୍ତିଭୂମିରେ ଗ୍ରାମାଞ୍ଚଳରେ ଗୃହମାନଙ୍କରେ ଶୌଚାଳୟ, ବିଦ୍ୟୁତକରଣ, ରାସ୍ତା, ଜନସେବା କେନ୍ଦ୍ର, ଅଟଳ ପେନ୍‌ସନ୍‌, ଜନଧନ ଯୋଜନା, ମୁଦ୍ରା ଯୋଜନାରେ ସୂଚକର ଅଗ୍ରଗତି ଓ ବିଫଳତାକୁ ସମୀକ୍ଷା କରି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏଓ, ସିଡିଭିଓ, ସିଡିଏମ୍‌ଓ, ଡିଏସ୍‌ଡବ୍ଲୁଓ, ଡିଡି ପ୍ଲାନିଂ, ଡିଆଇପିଆର୍‌ଓ, ଇଇଆର୍‌ଡବ୍ଲୁଡି, ଏସ୍‌ଇ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ, ଡିଡିଏଚ୍‌ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.