ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଦୁଇଦିନିଆ ଗସ୍ତରେ ଆସିଛନ୍ତି । ଜିଲ୍ଲାର ସଦର ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । କୋମନା ବ୍ଲକ ଦଳଦଳି ଗ୍ରାମଠାରେ ସମନ୍ୱିତ ଶିଶୁ ଓ ମହିଳା ବିକାଶ ଯୋଜନାରେ ହିତାଧିକାରୀଙ୍କୁ ସାକ୍ଷାତ କରି ଯୋଜନା ସମ୍ପର୍କରେ ବୁଝାଇ ଥିଲେ । ଅଙ୍ଗନୱାଡି କେନ୍ଦ୍ର ସଂସ୍କାରର ମନ୍ଦିର ଅଟେ । ଏହି ମନ୍ଦିରରେ ସମସ୍ତ ଶିଶୁ ଭଗବାନ ଅଟନ୍ତି । ନିଜ ଶିଶୁଙ୍କୁ ଆବଶ୍ୟକ ପୋଷଣ ଖାଦ୍ୟ ଯୋଗାଣ କରିବାକୁ ଆହ୍ୱାନ କରିଥିଲେ । ଏଥିରେ ଅଙ୍ଗନୱାଡି କର୍ମୀଙ୍କ ମୁଖ୍ୟ ଅବଦାନ ରହିଛି ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ହେମକାନ୍ତ ସାଏ, ଏସ୍ପି ରାଘବେନ୍ଦ୍ର ରେଡ୍ଡୀ, ମନ କୁମାରୀ ଲମ୍ୱୋ ପ୍ରମୁଖ ଉପସ୍ଥିତ ଥିଲେ ।