oom

ନରସିଂହଙ୍କ ଶିକାଛିଡା ପଂଚାୟତ ଗସ୍ତ

jsmm
  • ଶୁଣିଲେ ପିଇବା ପାଣି, ବିଜୁଳି ଓ ରାସ୍ତା ସମସ୍ୟା
  • ନିର୍ବାଚନ ପୂର୍ବରୁ ହେବ ସମସ୍ୟାର ସମାଧାନ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକାଛିଡା ପଂଚାୟତ ଅଧିନରେ ଥିବା ବିଭିନ୍ନ ଗାଁର ସମସ୍ୟାର ସମାଧାନ ପ୍ରାୟତଃ ପୁରଣ କରାଯାଉଛି । କିନ୍ତୁ ପଂଚାୟତର ବିକାଶ କରିବାକୁ ହେଲେ ଲୋକଙ୍କ ଦାବୀରେ କେବେ ହେଁ ପୂର୍ଣ୍ଣଛେଦ ପଡିବା କଥା ନୁହେଁ । କାରଣ ସମୟ ସହିତ ବିକାଶର ପ୍ରକ୍ରିୟା ନିରନ୍ତର ଜାରି ରଖିଲେ ହିଁ ଲୋକଙ୍କ ସମଗ୍ରିକ ବିକାଶ ହୋଇଥାଏ । ସେହି ପରିପ୍ରେକ୍ଷୀରେ ଆଜି ଆପଣମାନେ ଆପଣଙ୍କ ସମସ୍ୟାକୁ ନେଇ ଏଠାରେ ଦାବି କରିଥିବା ପ୍ରାୟତଃ ପ୍ରତ୍ୟେକ ବିଷୟକୁ ପ୍ରାଥମିକତା ବିଷୟରେ ନିଶ୍ଚିତ ଭାବରେ ଆଗାମୀ ନିର୍ବାଚନ ପୂର୍ବରୁ ପୁରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶିକାଛିଡା ପଂଚାୟତ ଅନ୍ତର୍ଗତ ଖର୍ଲିକାନି ଏବଂ ଶିକାଛିଡା ଗାଁରେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଖର୍ଲିକାନି ଗାଁରେ ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ ଶ୍ରୀ ମିଶ୍ର । ଗାଁ ଲୋକଙ୍କ ଅଭିଯୋଗ ମୁତାବକ ନିର୍ମାଣ ଓ ମରାମତି ପାଇଁ ନିଜ ବିଧାୟକ ପାଣ୍ଠିରୁ ବିଧାୟକ ଶ୍ରୀ ମିଶ୍ର ଅନୁଦାନ ଘୋଷଣା କରିଥିଲେ । ସେଠାରେ ଲୋକଙ୍କ ପିଇବା ପାଣି ସମସ୍ୟା ଏବଂ ବଲାଙ୍ଗିର ଟିଟିଲାଗଡ ପିଡବ୍ଲୁଡି ରାସ୍ତାରୁ ଖର୍ଲିକାନି ଗାଁକୁ ଯାଇଥିବା ରାସ୍ତା ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କୁ ଗାଁକୁ ଡକାଇ ସେ ରାସ୍ତା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ଥିବା ପିଇବା ପାଣି ସମସ୍ୟା ଶୀଘ୍ର ସମାଧାନ ଯେପରି ହୋଇପାରିବ ସେ ଦିଗରେ ଦୁର୍ଗାପୂଜା ପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ କହିବା ସହ ସେଠାରେ ନିଜର ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରି ଗାଁର ରାଧାକୃଷ୍ଣ ମନ୍ଦିରର ଶିଳାନ୍ୟାସ କରିଥିଲେ । ଏ ଅବସରରେ ଗାଁ ଲୋକେ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାକୁ ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ଦେଇଥିଲେ । ଯାହାକି ପୂଜା ପରେ ବିଭାଗୀୟ ଅଧିକାରୀମାନଙ୍କୁ ଏ ଗାଁକୁ ପଠାଇ ସେ ଉପରେ ପଦକ୍ଷେପ ନେବେ ବୋଲି ଶ୍ରୀ ମିଶ୍ର କହିଥିଲେ । ପରେ ପରେ ଶିକାଛିଡା ଗାଁରେ ପହଞ୍ôଚ ସେଠାକାର ମନ୍ଦିରର ପୁନଃ ଉଦ୍ଧାର ଓ ସୌନ୍ଦର୍ଯିକରଣ ପାଇଁ ୩ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରୁ ଅନୁଦାନ ଘୋଷଣା କରିଥିଲେ । ବିଜୁଳି ଓ ପାଣି ସମସ୍ୟାକୁ ନେଇ ଉପସ୍ଥିତ ମା ଭଉଣୀମାନେ ଅଭିଯୋଗ କରିଥିବାରୁ ବିଭାଗୀୟ ଯନ୍ତ୍ରୀ, ଅଧିକାରୀମାନେ ଏ ଅଂଚଳକୁ ମଧ୍ୟ ଆସି ଏହା ଉପରେ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି ଫୋନ ମାଧ୍ୟମରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ସମସ୍ତ କାମ ଯେପରି ପୂଜା ପରେ ପରେ ଆରମ୍ଭ ହେବ ନିର୍ବାଚନ ପୂର୍ବରୁ ସମାପ୍ତ ହେବ ସେ ଦିଗରେ ସେ ଯତ୍ନବାନ ହେବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ କଂଗ୍ରେସ ନେତା ସରୋଜ ରଥ, ପଂଚାନନ ପ୍ରଧାନ, ଭାଗିରଥି ବଗର୍ତ୍ତି, ଉମାକାନ୍ତ ନାଏକ, ମନୋଜ ମିଶ୍ର, ଅଜିତ ସାହୁ, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.