ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ରେ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ୧୬୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପ୍ଲାଣ୍ଟ । ପ୍ଲାଣ୍ଟ ଚାଲିଲେ କୃଷି ଆଧାରିତ ଶିଳ୍ପ ତ୍ୱରାନ୍ୱିତ ହେବ ଓ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ ହେବ ବୋଲି କୁହାଯାଉଛି । ଏଥିସହିତ ୱେଷ୍ଟ ଟୁ ୱେଲ୍ଥକୁ ପ୍ରୋତ୍ସାହନ ଦେବ ଏହି ପ୍ଲାଣ୍ଟ । ନଡ଼ା ଓ ବଳକା ଚାଉଳରୁ ଇଥାନଲ ହେବ । ପ୍ଲାଣ୍ଟ କାର୍ୟ୍ୟ ଖୁବ୍ ଶୀଘ୍ର ସମାପ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ।
Prev Post