
ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫ଟି ସଚିବ । ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ସମଲେଶ୍ୱରୀ ମନ୍ଦିର ଗସ୍ତ କରି ମା’ ସମଲେଇଙ୍କୁ ଦର୍ଶନ କରିଥିଲେ । ସେଠାରେ ସମଲେଇ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ସମୀକ୍ଷା କରିଛନ୍ତି ।
ତେବେ ଏହି ଗସ୍ତ ସମୟରେ ସମ୍ବଲପୁର ସହରର ହଜାର ହଜାର ଲୋକେ ୫ଟି ସଚିବଙ୍କୁ ସ୍ୱାଗତ ଜଣାଇବା ସହ ନିଜ ନିଜର ଦାବୀ ଉପସ୍ଥାପନ କରିଥିଲେ । ଦାବୀ ଶୁଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ । ପରେ ସମଲେଇ ପ୍ରକଳ୍ପ ବୁଲି ଦେଖିଥିଲେ ।
ଠିକା ସଂସ୍ଥା ତଥା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମୀକ୍ଷା କରିବା ପରେ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପଥର କାରୁକାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଠିକା ସଂସ୍ଥାକୁ ଦେଲେ ନିର୍ଦ୍ଦେଶ । ଏହି ଅବସରରେ ସହର ଭିତରେ ଥିବା ରାଜଘାଟ ଶ୍ମଶାନକୁ ମଣ୍ଡଳିଆ ନିକଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।