jayashree

ନରସିଂହଙ୍କ ବଲାଙ୍ଗିର ଓ ଦେଓଗାଁ ବ୍ଲକ ଗସ୍ତ

  • ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ
  • କମ୍ୟୁନିଟି ସେଣ୍ଟର ଓ ହାଇମାଷ୍ଟ ଲାଇଟର କଲେ ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ଦେଓଗାଁ ଓ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗସ୍ତ କରି ସେଠାରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସାମାଜିକ, ଧାର୍ମିକ ତଥା ରାଜନୈତିକ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ସହ ଲୋକଙ୍କ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ଆଇନ ଶୃଙ୍ଖଳା, ରାସ୍ତାଘାଟ, ପିଇବା ପାଣି, ବିଜୁଳି ଓ ଶିକ୍ଷାନୁଷ୍ଠାନମାନଙ୍କରେ ଥିବା ସମସ୍ୟା ଗୁଡିକୁ ନେଇ ଲୋକେ ଶ୍ରୀ ମିଶ୍ରଙ୍କ ସମ୍ମୁଖରେ ବିଭିନ୍ନ ଆପତ୍ତି ଅଭିଯୋଗ କରିଥିଲେ । ବଘାପାଲି, ଦୁଆନପାଲି ଏବଂ ସିନଖମନ ଠାରେ ଜଳ ସମସ୍ୟା, ଆଇନ ଶୃଙ୍ଖଳାକୁ ନେଇ ଲୋକେ ଅଭିଯୋଗ କରିଥିଲେ । ଯାହାକୁ ଶ୍ରୀ ମିଶ୍ର ତତ୍‌କ୍ଷଣାତ ଉପଖଣ୍ଡସ୍ତରୀୟ ପୋଲିସ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇ ସେହି ଅଂଚଳଗୁଡିକୁ ସ୍ୱତନ୍ତ୍ର ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଦର ବ୍ଲକ ସ୍ଥିତ ବୈଦିପାଲି ଓ ଫଟକରା ଠାରେ ଦୁଇଟି କମ୍ୟୁନିଟି ସେଣ୍ଟରକୁ ବିଧାୟକ ଶ୍ରୀ ମିଶ୍ର ଉଦ୍‌ଘାଟନ କରିଥିଲେ । ପରେ ବିଧାୟକ ଶିବତଲା ଗସ୍ତ କରି ସେଠାରେ ଏକ ମଣ୍ଡପର ଭିତ୍ତିପ୍ରସ୍ତର ଦେଇଥିଲେ । ସେହିପରି ବିଧାୟକ ଶ୍ରୀ ମିଶ୍ର ଦେଓଗାଁ ବ୍ଲକ ସ୍ଥିତ ସାଲେପାଲି ଠାରେ ବିଧାୟକ ପାଣ୍ଠିରୁ ଦୁଇଟି ହାଇମାଷ୍ଟ ଲାଇଟର ଶୁଭ ଉଦ୍‌ଘାଟନ କରିଥିଲେ । ଏଠାରେ ଆଲୋଚନା ମସୟରେ ଉପସ୍ଥିତ ଲୋକେ ସାଲେପାଲି ଏକ ପୁରାତନ ଗ୍ରାମ ହୋଇଥିବା ବେଳେ ଏଠାରେ ଏକ କଲ୍ୟାଣ ମଣ୍ଡପର ଆବଶ୍ୟକତାକୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ଦାବୀ ଜଣାଇଥିଲେ । ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ରାସ୍ତା ଓ ନାଳି ସମସ୍ୟାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଜମିଦାର ଦୁର୍ଗାପ୍ରସାଦ ସିଂ ଦେଓ, ସେବା ଦଳ ମୁଖ୍ୟ ଅସିତ ମିଶ୍ର, ବିରେନ୍ଦ୍ର ମିଶ୍ର, ଅନନ୍ତ ବେହେରା, ରାମଜୀ ଚୌଧୂରୀ, ସରୋଜ ରଥ, କାନ୍ତେଶ୍ୱର ପ୍ରଧାନ, ଗୋପ ମେହେର, କୋଶଲ ବେହେରା, ଉମାକାନ୍ତ ନାଏକ, ସଚ୍ଚିଦାନନ୍ଦ କୁରେଇ, ଅମିତ ତ୍ରିପାଠୀ, ଦୁଯ୍ୟୋଧନ ମେହେର, କରୁଣା ମେହେର, ତୁଲାମଣୀ ମେହେର, ଉଦୟନାଥ ସାମଲ, ବାସୁଦେବ ଭୋଇ, ହେମସାଗର ଭୋଇ, ବୁଦ୍ଧଦେବ ସାମଲ, ଭରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.